ନୂଆଦିଲ୍ଲୀ: ସମଗ୍ର ଦେଶରେ ଆତଙ୍କ ଖେଳାଇଛି କୋରୋନା ଭାଇରସ । ଏହି ଭାଇରସ ବର୍ତ୍ତମାନ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କୋରୋନା ଯୋଦ୍ଧାଙ୍କୁ ନିଜ କବଳିତ କରିବାକୁ ବସିଲାଣି । ଏହି କ୍ରମରେ ଗତ ଗତ 24 ଘଣ୍ଟାରେ 18 ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସେକ୍ୟୁରିଟି ଫୋର୍ଟ(ସିଆଇଏସଏଫ) ଯବାନ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ମୋଟ 64 ଜଣ ଆକ୍ରାନ୍ତ ଯବାନ ଆକ୍ଟିଭ ଥିବା ରବିବାର ସିଆଇଏସଏଫ ସୂଚନା ଦେଇଛନ୍ତି ।
ଗତ କିଛି ଦିନ ହେବ ବହୁ ସଂଖ୍ୟାରେ ଯବାନ କୋରୋନା ଆକ୍ରାନ୍ତ ହେଉଥିବା ମାମଲା ଖବର ସାମ୍ନାକୁ ଆସୁଛି । ସେହିପରି ରବିବାର ଏୟାର ଇଣ୍ଡିଆର 5 ଜଣ ପାଇଲଟ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।
ପ୍ରକାଶ ଥାଉକି, ଭାରତରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 62939 ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 41472 ଆକ୍ରାନ୍ତ ଆକ୍ଟିଭ,19358 ସୁସ୍ଥ ଏବଂ 2109 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରବିବାର ସୂଚନା ଦେଇଛନ୍ତି ।