ବେଙ୍ଗାଲୁରୁ: ସାଉଦି ଆରବରୁ ମାଙ୍ଗାଲୋର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲେ 175 ଭାରତୀୟ । ଲକଡାଉନ କାରଣରୁ ବାହାରେ ଫସି ରହିଥିବା ମାଙ୍ଗାଲୁରୁର ବାସିନ୍ଦା ଏକ ଭଡ଼ା ବିମାନରେ ସାଉଦି ଆରବର ଦାମମ୍ ବିମାନ ବନ୍ଦରରୁ ମାଙ୍ଗାଲୋରରେ ପହଞ୍ଚିଥିଲେ। ବିମାନଟି ସାକୋ କଣ୍ଟ୍ରାକ୍ଟିଂ କମ୍ପାନୀ ସହାୟତାରେ ଗତକାଲି ସନ୍ଧ୍ୟା 6:20 ରେ ଦାମମ୍ ର କିଙ୍ଗ ଫଡ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାତ୍ରା କରି ରାତି 1.15 ରେ ମାଙ୍ଗାଲୋରରେ ପହଞ୍ଚିଥିଲା।
ଏହି ବିମାନରେ 27 ଶିଶୁ , 55 ଗର୍ଭବତୀଙ୍କ ସମେତ 175 ଜଣ ମାଙ୍ଗାଲୋର ବିମାନ ବନ୍ଦରରେ ପହଞ୍ଚିଥିଲେ । ଏଥିରୁ କୌଣସି ଯାତ୍ରୀ କମ୍ପାନୀର କର୍ମଚାରୀ ନହୋଇ ମଧ୍ୟ ସମସ୍ତ ଯାତ୍ରୀଙ୍କ ଖର୍ଚ୍ଚ ସାକୋ କଣ୍ଟ୍ରାକ୍ଟିଂ କମ୍ପାନୀ ବହନ କରିଥିବା କମ୍ପାନୀର ନିର୍ଦ୍ଦେଶକ ଅଲତାଫ ଉଲାଲ କହିଛନ୍ତି । ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ବହୁତ ପ୍ରଶଂସା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ