ETV Bharat / bharat

6 ମାସରେ ଘାଟିରେ 17 ପାକ୍ ଆତଙ୍କୀ ନିହତ

ଭାରତ-ପାକ ସୀମାରେ ସେନା ଆତଙ୍କୀ ମଧ୍ୟରେ ପ୍ରାୟତଃ ଗୁଳି ବିନିମୟ ଜାରି ରହିଥାଏ । ତେବେ ଗତ 6 ମାସ ମଧ୍ୟରେ ସେନା ଗୁଳିରେ ପାକ୍‌ର 17 ଆତଙ୍କୀ ନିହତ ହୋଇଛନ୍ତି । ସେହିପରି 13 ଯବାନ ମଧ୍ୟ ସହିଦ ହୋଇଛନ୍ତି ।

author img

By

Published : Jun 30, 2019, 6:16 AM IST

ଫାଇଲ ଫଟୋ

ଶ୍ରୀନଗର: ଗତ 6 ମାସ ମଧ୍ୟରେ ଘାଟିରେ ଯାଇଛି 17 ପାକିସ୍ତାନ ଆତଙ୍କୀଙ୍କ ଜୀବନ । ଏ ସମସ୍ତ ଆତଙ୍କୀ ପାକିସ୍ତାନ ଓ ପିଓକେ ଅଞ୍ଚଳର । ରେକର୍ଡ ଅନୁସାରେ ଜୁନ୍ ମାସରେ ସର୍ବାଧିକ 5 ଆତଙ୍କୀ ନିହତ ହୋଇଛନ୍ତି । ଏହାବ୍ୟତୀତ ଜାନୁଆରୀରେ 2, ଫେବୃଆରୀ ଓ ମାର୍ଚ୍ଚରେ 4 ଏବଂ ମେ’ରେ 2ଜଣ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଥିବା ଜଣାପଡିଛି ।

ରେକର୍ଡ ଅନୁସାରେ, ଆତଙ୍କୀ ଘାଟିର 15ଟି ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦ ମଧ୍ୟରେ ଗୁଳି ବିନିମୟ ଘଟିଛି । ଯେଉଁଥିରେ 13 ଜଣ ଯବାନ ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି, ମେଜର ବିଭୂତି ଶଙ୍କର, କ୍ୟାପଟେନ କେତନ ଶର୍ମା, ହାବିଲଦାର ଶିବ ରାମ, ସିପାହୀ ହରି ସିଂହ, ଅଜୟ କୁମାର ପ୍ରମୁଖ ।

ଶ୍ରୀନଗର: ଗତ 6 ମାସ ମଧ୍ୟରେ ଘାଟିରେ ଯାଇଛି 17 ପାକିସ୍ତାନ ଆତଙ୍କୀଙ୍କ ଜୀବନ । ଏ ସମସ୍ତ ଆତଙ୍କୀ ପାକିସ୍ତାନ ଓ ପିଓକେ ଅଞ୍ଚଳର । ରେକର୍ଡ ଅନୁସାରେ ଜୁନ୍ ମାସରେ ସର୍ବାଧିକ 5 ଆତଙ୍କୀ ନିହତ ହୋଇଛନ୍ତି । ଏହାବ୍ୟତୀତ ଜାନୁଆରୀରେ 2, ଫେବୃଆରୀ ଓ ମାର୍ଚ୍ଚରେ 4 ଏବଂ ମେ’ରେ 2ଜଣ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଥିବା ଜଣାପଡିଛି ।

ରେକର୍ଡ ଅନୁସାରେ, ଆତଙ୍କୀ ଘାଟିର 15ଟି ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦ ମଧ୍ୟରେ ଗୁଳି ବିନିମୟ ଘଟିଛି । ଯେଉଁଥିରେ 13 ଜଣ ଯବାନ ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି, ମେଜର ବିଭୂତି ଶଙ୍କର, କ୍ୟାପଟେନ କେତନ ଶର୍ମା, ହାବିଲଦାର ଶିବ ରାମ, ସିପାହୀ ହରି ସିଂହ, ଅଜୟ କୁମାର ପ୍ରମୁଖ ।

Intro:29.06.2019
Radhakanta Mohanty,Kendrapada
Slug-od_kpr_train_script_7204459
Anchor- କେନ୍ଦ୍ରାପଡା ଜିଲ୍ଲାରେ ଆଜି ପରୀକ୍ଷାମୂଳକ ଭାବେ ଟ୍ରେନ୍ ଲାଇନରେ ଟ୍ରେନ୍ ଗଡିଛି । ଦୀର୍ଘ ଦିନର ପ୍ରତିକ୍ଷା ପରେ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ଆଶା ଆକାଂକ୍ଷା ପୂରଣ ହୋଇଛି ।
Body:VO1-ଜିଲ୍ଲାର ପ୍ରଗତି ପଥରେ ସହାୟକ ହେବା ପାଇଁ ଟ୍ରେନ୍ ଚଳାଚଳ ନିତାନ୍ତ ଆବଶ୍ୟକ । ଟ୍ରେନ୍ ଚଳାଚଳ ନ ଥିବାରୁ କେନ୍ଦ୍ରାପଡା ଜିଲ୍ଲାରେ କୌଣସି କଳକାରଖାନା ପ୍ରତିଷ୍ଠା ହୋଇ ପାରୁନାହିଁ । ଏପରି ଭିତ୍ତିଭୂମି ଅଭାବ ଯୋଗୁଁ କେନ୍ଦ୍ରାପଡା ଜିଲ୍ଲା ବିକାଶ କ୍ଷେତ୍ରରେ ପଛରେ ପଡିଛି । ଟ୍ରେନ୍ ଚଳାଚଳ ହେବା ପରେ ଜିଲ୍ଲାର ନିଶ୍ଚିତ ବିକାଶ ହେବ ବୋଲି ଆଶା ରଖିଛନ୍ତି କେନ୍ଦ୍ରାପଡା ଜିଲ୍ଲାବାସୀ । ଆଜି ରେଳ ବିଭାଗ ପକ୍ଷରୁ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଲାଇନରେ ବିଦ୍ୟୁତ୍ ଚାଳିତ ଟ୍ରେନ୍ ଇଂଞ୍ଜିନ୍ ଗଡିଛି । ଟ୍ରେନ୍ ଲାଇନ୍ ସହିତ ବିଦ୍ୟୁତ୍ ସରବରାହ ସଠିକ୍ ଭାବେ ଥିବାର ପରୀକ୍ଷା କରାଯାଇଛି । ଟ୍ରେନ୍ ଚଳାଚଳ ପାଇଁ ରେଳ ବିଭାଗ ଆବଶ୍ୟକ ପଦକ୍ଷେପ ନେଇ ଥିବାରୁ କେନ୍ଦ୍ରାପଡାବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି ।
Byt-କରୁଣାକର କର(ଜିଲ୍ଲା ବାସିନ୍ଦା)
Byt-ସମୀର କୁମାର ଚାନ୍ଦ (ବ୍ୟବସାୟୀ)
VO2-ଆଜି ଅପରାହ୍ନ ୧.୩୦ମି. ସମୟରେ କେନ୍ଦ୍ରାପଡ଼ା କେନ୍ଦ୍ରାପଡ଼ା ବାଜିପଡା ନିକଟରେ ରେଳ ଇଞ୍ଜିନ ଆସି ପହଞ୍ଚିବା ପରେ ସେଠାରୁ ଗୋପ ଛକରେ ଥିବା ପ୍ଲାଟଫର୍ମ କୁ ଯାଇଥିଲା।ସ୍ବାଧୀନତାର ୭୨ ବର୍ଷ ପରେ ଜିଲ୍ଲାକୁ ରେଳଗାଡି ଆସିବ ପରେ ଆନନ୍ଦିତ ଜିଲ୍ଲାବାସୀ।ଗତ ୧୯୯୭ ମସିହାରୁ ହରିଦାସପୁର-ପାରାଦ୍ୱୀପ ରେଳପଥ ପାଇଁ ପ୍ରକଳ୍ପ ମଞ୍ଜୁରୀ ହୋଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରାଇବା ପାଇଁ ଦୀର୍ଘ ୧୫ବର୍ଷ ସମୟ ଲାଗିଥିଲା।ଗତ ୨୦୧୨ ମସିହାରେ ପ୍ରକଳ୍ପ କାମରେ ଅଗ୍ରଗତି ଦେଖାଯାଇଥିଲା।ବିଭିନ୍ନ ବାଦବିବାଦ ଓ ପ୍ରଶାସନିକ ଟଣାଓଟରା ଲାଗିରହି ମଧ୍ୟ ଜିଲ୍ଲାକୁ ଆଜି ପରୀକ୍ଷା ମୂଳକ ଭାବରେ ରେଳ ଗାଡିଥିବାରୁ ଏନେଇ ଜିଲ୍ଲାର ଅଧିବାସୀ ରେଳ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।ସୂଚନାଯୋଗ୍ୟ ହରିଦାସପୁର-ପାରାଦ୍ୱୀପ ରେଳପଥର ଦୂରତା ୮୪ କିମି ଥିବା ବେଳେ ଏହି ଦୁରତାରୁ ୪୩କିମି କେବଳ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟରେ ରହିଛି ଏବଂ ଏହି ରେଳପଥର ନିର୍ମାଣ କାର୍ଯ୍ୟ କରୁଥିବା ଦୁଇଟି କମ୍ପାନୀ ମଧ୍ୟରୁ ଗୋଟିଏ କମ୍ପାନୀର କାମ ଶେଷ ହୋଇଥିବାରୁ ଏହି ଧାରଣାରେ ଆଜି ରେଳ ଗଡ଼ିଛି।ଏହି ରେଳପଥ ଦ୍ୱାରା ଜିଲ୍ଲାର ୧୨ଲକ୍ଷରୁ ଉର୍ଦ୍ଧ୍ଵ ଜନସାଧାରଣ ଉପକୃତ ହେବାକୁ ଥିବା ବେଳେ ବ୍ୟବସାୟୀ ମାନଙ୍କ ପାଇଁ ଏହା ପରିବହନର ଏକ ସର୍ବୋତ୍କୃଷ୍ଟ ମାଧ୍ୟମ ପାଲଟିବ।
Byt-ଦୁଷ୍ମନ୍ତ ପ୍ରଧାନ(ଜମି ହରାଇଥିବା ବାସିନ୍ଦା)
Byt-ଉମେଶ ଚନ୍ଦ୍ର ବାରିକ(କେନ୍ଦ୍ରାପଡ଼ା ଅଧିବାସୀ)
Byt-ଶୁଭେନ୍ଦୁ ଦଣ୍ଡପାଟ(ପ୍ରୋଜେକ୍ଟ ମ୍ୟାନେଜର)Conclusion:FVO-ପରୀକ୍ଷାମୂଳକ ଭାବରେ ଆଜି ଗୋଟିଏ କମ୍ପାନୀର ଇଞ୍ଜିନ ଗଡିଥିବା ବେଳେ ସମ୍ପୂର୍ଣ୍ଣ ପରୀକ୍ଷା ମୂଳକ ରେଳ କେବେ ଗଡୁଛି ଓ ରେଳ କେବେ କେନ୍ଦ୍ରାପଡ଼ା କୁ ଆସିବ ତାହାକୁ ଚାତକ ଭଳି ଚାହିଁ ରହିଛନ୍ତି ଜିଲ୍ଲାବାସୀ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.