ଥିରୁଅନନ୍ତପୁରମ: କୋରୋନା ପାଇଁ ଲକଡାଉନ ଯୋଗୁଁ ଭାରତରେ ଫଶି ରହିଛନ୍ତି ଅନେକ ବିଦେଶୀ ନାଗରିକ । ବହୁସଂଖ୍ୟାରେ ନାଗରିକଙ୍କୁ ଧିରେ ଧିରେ ସେମାନଙ୍କ ଦେଶକୁ ପଠାଯାଇଥିବା ବେଳେ ବଳକା ଥିବା ନାଗରିକଙ୍କୁ ପଠାଇବାର କାର୍ଯ୍ୟକ୍ରମ ଜାରି ରହିଛି ।
ସେହପରି କେରଳ ପରିଭ୍ରମଣରେ ଆସିଥିବା ସ୍ବିସ ନାଗରିକ ଲକଡାଉନ ଯୋଗୁଁ ସ୍ବଦେଶ ଫେରି ନପାରି ଭାରତରେ ଫଶି ରହିଥିଲେ । ଯାହାକୁ ନେଇ 164 ସ୍ୱିସ୍ ନାଗରିକଙ୍କୁ ଶନିବାର ବିମାନରେ ପ୍ରବେଶ ପୂର୍ବରୁ ମେଡିକାଲ ପରୀକ୍ଷା କରାଯାଇଥିଲା । ଏହାପରେ ସ୍ୱିସ୍ ବିମାନ ଦ୍ୱାରା କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜୁରିଚ ପଠାଯାଇଛି ।
ଏହା ପୂର୍ବରୁ ମଧ୍ୟ ଲଗାତାର 2 ଦିନ ଧରି ବିହାରର ଗୟା ବିମାନ ବନ୍ଦରରୁ ବୌଦ୍ଧ ତୀର୍ଥଯାତ୍ରୀଙ୍କୁ ମିଆଁମାର ପଠାଯାଇଛି ।