ETV Bharat / bharat

ଘରକୁ ନେବା ବାହାନାରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

author img

By

Published : Jun 16, 2020, 3:06 PM IST

ରାଜଧାନୀ ଦିଲ୍ଲୀରେ ଜଣେ ୧୬ ବର୍ଷର ନାବାଳିକା ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି । କିଛି ଅଜଣା ବ୍ୟକ୍ତି ତାଙ୍କ ଘର ଝାଡଖଣ୍ଡକୁ ଟ୍ରେନରେ ଯିବାରେ ସାହାଯ୍ୟ କରିବା ବାହାନା କରି ଏକ ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

ଘରକୁ ପଠାଇବା ବାହାନାରେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ଏବେ ସାରା ବିଶ୍ବକୁ ଘାରିଛି କୋରୋନା ଚିନ୍ତା । କୋରୋନା ମୁକାବିଲା ପାଇଁ ଦେଶବ୍ୟାପି ଚାଲିଛ ଲକ୍ ଡାଉନ୍ । ଏଭଳି ସ୍ଥିତିରେ ମଧ୍ୟ କିଛି ଯୌନପିପାସୁ ଲୋକଙ୍କ କୁତ୍ସିତ ମାନସିକତାରେ ପରିବର୍ତ୍ତନ ଆସିନାହିଁ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ଜଣେ ୧୬ବର୍ଷର ନାବାଳିକାର ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ।

ନାବାଳିକା ଜଣକ ପୂର୍ବ ଦିଲ୍ଲୀରେ କାମ କରୁଥିବାବେଳେ ସେ ନିଜ ଘର ଝାଡ଼ଖଣ୍ଡ ଯିବା ପାଇଁ ଆନନ୍ଦ ବିହାର ରେଳ ଷ୍ଟେସନରେ ପହଞ୍ଚିଥିଲେ । କିନ୍ତୁ ସେଠାରେ କିଛି ଅଜଣା ବ୍ୟକ୍ତି ଝାଡଖଣ୍ଡକୁ ଟ୍ରେନରେ ଯିବାରେ ସାହାଯ୍ୟ କରିବା ବାହାନା କରି ଏକ ନିର୍ଜନ ସ୍ଥାନକୁ ନେଇ ଯାଇଥିଲେ । ଯେଉଁଠାରେ ସେମାନେ ତାଙ୍କୁ ମଦ୍ୟପାନ କରାଇ ଦୁଷ୍କର୍ମ କରିଥିଲେ ।

କିଛି ସମୟ ପରେ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଅସ୍ୱାଭାବିକ ଅବସ୍ଥାରେ ଦେଖି କୋଟୱାଲୀ ପୋଲିସ ଷ୍ଟେସନକୁ ନେଇଥିଲେ । ଏହାପରେ ତାଙ୍କର ଡାକ୍ତରୀ ମାଇନା ହୋଇଥିଲା ।

ତେବେ ପୀଡିତାଙ୍କ ଅବସ୍ଥା ଏବେ ଭଲ ନଥିବାରୁ କେତେଜଣ ସନ୍ଦିଗ୍ଧ ସମ୍ପୃକ୍ତ ଅଛନ୍ତି, ସେ ସମ୍ପର୍କରେ ସୂଚନା ଦେବାକୁ ସେ ଅସମର୍ଥ । ନାବାଳିକାକୁ ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରାଯାଇଛି । ଏନେଇ ଗଣ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଆଇନ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.