ETV Bharat / bharat

କୋରୋନା ଅପଡେଟ: ମଧ୍ୟପ୍ରଦେଶରେ 159 ଓ ପଞ୍ଜାବରେ 3ଟି ନୂଆ ପଜିଟିଭ - କୋରୋନା ଅପଡେଟ

ଗୁରୁବାର ସକାଳ ସୁଦ୍ଧା ମଧ୍ୟପ୍ରଦେଶରେ କୋଭିଡ-19 ଆକ୍ରାନ୍ତଙ୍କ ସଂଖ୍ୟା 597ରେ ପହଞ୍ଚିଥିବାବେଳେ, ପଞ୍ଜାବର ପଟିଆଲାରେ ଆଉ 3ଟି ନୂଆ ପଜିଟିଭ କୋଭିଡ-19 ମାମଲା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

COVID19
କୋରୋନା ଅପଡେଟ
author img

By

Published : Apr 16, 2020, 11:08 AM IST

ହାଇଦ୍ରାବାଦ: ମଧ୍ୟପ୍ରଦେଶରେ ଥମୁନି କୋଭିଡ-19 ଆକ୍ରାନ୍ତଙ୍କ ସଂଖ୍ୟା । କିଛି ସମୟର ବ୍ୟବଧାନ ପରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଗୁରୁବାର ସକାଳୁ ଇନ୍ଦୋରରେ ପୁଣି ସାମ୍ନାକୁ ଆସିଲା 159ଟି ପଜିଟିଭ ମାମଲା । ସେହିପରି ଏଥିରେ 2 ଜଣ ସଂକ୍ରମିତଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଯାହାଦ୍ବାରା ରାଜ୍ୟରେ ମୃତ୍ୟୁ ସଂଖ୍ୟା 597 ଛୁଇଁଥିବା ସୂଚନା ଦେଇଛନ୍ତି ଇନ୍ଦୋର ଚିଫ ମେଡିକାଲ ଓ ହେଲଥ ଅଫିସର ଡାକ୍ତର ପ୍ରବିଣ ଜାଦିଆ ।

ଅନ୍ୟପଟେ ପଞ୍ଜାବର ପଟିଆଲାରେ ଆଉ 3ଟି ନୂଆ ପଜିଟିଭ କୋଭିଡ-19 ମାମଲା ଦେଖିବାକୁ ମିଳିଛି । ଏହି ସମସ୍ତ ସଂକ୍ରମିତ ଅନ୍ୟ ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ଜଣାପଡିଛି । ଏହି 3 ଆକ୍ରାନ୍ତ ପଟିଆଲାର ସଫାବାଡି ଅଞ୍ଚଳର ହୋଇଥିବା ସୂଚନା ଦେଇଛନ୍ତି ପଞ୍ଜାବର ସ୍ୱତନ୍ତ୍ର ମୁଖ୍ୟ ସଚିବ କେବିଏସ୍ ସିଦ୍ଧୁ ।ତେବେ ପଞ୍ଜାବରେ 186କୁ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । 13 ଜଣଙ୍କର ପ୍ରାଣହାନୀ ଘଟିଥିବାବେଳେ 27 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ହୁ ହୁ ହୋଇ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ସୁଦ୍ଧା ଦେଶରେ 12 ହଜାର 370 କୁ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ସେଥିମଧ୍ୟରୁ 422 ଜଣଙ୍କର ପ୍ରାଣହାନୀ ଘଟିଥିବାବେଳେ 1508ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.