ETV Bharat / bharat

ମୁମ୍ବାଇରେ କୋରୋନା ଅପଡେଟ: 100 ଛୁଇଁଲା ମୃତ୍ୟୁ ସଂଖ୍ୟା

ମୁମ୍ବାଇରେ ସୋମବାର 150ଟି ନୂଆ ମାମଲା ସାମନାକୁ ଆସିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1549ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ମୁମ୍ବାଇରେ କୋରୋନା ଅପଡେଟ: 100 ଛୁଇଁଲା ମୃତ୍ୟୁ ସଂଖ୍ୟା
ମୁମ୍ବାଇରେ କୋରୋନା ଅପଡେଟ: 100 ଛୁଇଁଲା ମୃତ୍ୟୁ ସଂଖ୍ୟା
author img

By

Published : Apr 14, 2020, 9:23 AM IST

ମୁମ୍ବାଇ: କୋରୋନା ମାଡରେ ଦେଶରେ ସମସ୍ତ ସହର ପ୍ରଭାବିତ ହୋଇଛି । ତେବେ ଏଥିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମୁମ୍ବାଇ । କୋରୋନା ମାୟା ଜାଲରେ ଫସିଛି ଦେଶର ମାୟା ନଗରୀ । ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1600 ପାର କରିଥିବାବେଳେ କେବଳ ମୁମ୍ବାଇରେ ହିଁ 1500 ପଜିଟିଭ କେସ ବାହାରିଛି ।

ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ମୁମ୍ବାଇରେ ସୋମବାର 150ଟି ନୂଆ ମାମଲା ସାମନାକୁ ଆସିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1549ରେ ପହଞ୍ଚିଛି । ଏହାସହ ମାୟା ନଗରୀରେ ମୃତ୍ୟୁ ସଂଖ୍ୟା 100 ଛୁଇଁଛି । ପୂର୍ବରୁ ଏହା 91 ଥିବାବେଳେ ସୋମବାର 9 ଜଣଙ୍କ ମୃତ୍ୟୁ ପରେ ଏହା 100 ଛୁଇଁଛି । ଏମାନଙ୍କ ଭିତରୁ 7 ଜଣଙ୍କର କୋରୋନା ସହ ଅନ୍ୟ ରୋଗ ଥିବା ଜଣାପଡିଛି ।

ତେବେ ଏବେ ସୁଦ୍ଧା ମୁମ୍ବାଇରେ 141 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏମାନଙ୍କ ଭିତରୁ 43 ଜଣ ସୋମବାର ଦିନ ହିଁ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ ପାଇଛନ୍ତି । ପରିସ୍ଥିତିକୁ ଦେଖି ବ୍ରିହାଣମୁମ୍ବାଇ ପୌରାଞ୍ଚଳ ପକ୍ଷରୁ ସାରା ସହରରେ ସାନିଟାଇଜ ଜୋରଦାର ହେବା ସହ ଲକଡାଉନକୁ କଡାକଡି କରାଯାଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.