ପାଟନା: କ୍ରିକେଟ ଖେଳ ସାଜିଲା କାଳ। ଚାଲିଗଲା 15 ବର୍ଷୀୟ ବାଳକର ଜୀବନ । ଏମିତି ଏକ ଘଟଣା ବିହାର ସମସ୍ତିପୁର ଜିଲ୍ଲାର ଦଲସିଂହସରାୟରେ ଦେଖିବାକୁ ମିଳିଛି । ମୃତକଙ୍କ ନାଁ କୃଷ୍ଣ କୁମାର। ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସମସ୍ତିପୁର ଦଳସିଂହସରାୟର ସ୍ଥାନୀୟ ଛତ୍ରଘାରୀ ଇଣ୍ଟର ବିଦ୍ୟାଳୟର ଖେଳ ପଡିଆରେ କ୍ରିକେଟ ଖେଳୁଥିବା ସମୟରେ କୃଷ୍ଣଙ୍କ ମୃତ୍ୟୁ ହୋଇଥିଲା । ପ୍ରଥମ ଥର କୃଷ୍ଣ ଏହି ପଡିଆରେ ଖେଳିଆବାକୁ ଆସିଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କ୍ରିକେଟ ଖେଳିବା ସମୟରେ କୃଷ୍ଣ ବଲକୁ ଅଟକାଉଥିଲା । ସେହି ସମୟରେ ସେ ଖସିଯାଇ ଚଟାଣରେ ପଡିଯାଇଥିଲେ । ପରେ ତାଙ୍କୁ ଅନୁମଣ୍ଡଳ ଡାକ୍ତରଖାନା ନିଆଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।