ଗାଜିଆବାଦ: କୋରୋନା ସଂକ୍ରମିତ ସନ୍ଦେହରେ 15 ତବଲିଗ ସଦସ୍ୟ । ଦିଲ୍ଲୀର ନିଜାମୁଦ୍ଦିନ ସମ୍ମିଳନୀରେ ଯୋଗ ଦେଇଥିବାବେଳେ, ଏମାନଙ୍କୁ ଚିହ୍ନଟ କରି ଗିରଫ କରିିଛି ଗାଜିଆବାଦ ପୋଲିସ । ଏହା ସହ ସମସ୍ତଙ୍କୁ ହୋମ କ୍ବାରେଣ୍ଟାଇନ ମଧ୍ୟ ରଖାଯାଇଛି । ଯେଉଁଥିରେ 10 ଜଣ ଇଣ୍ଡୋନେସିଆ ନାଗରିକ ଥିବାବେଳେ, 5 ଜଣ ସ୍ଥାନୀୟ ମହିଳା ଧର୍ମଗୁରୁ ସାମିଲ ଅଛନ୍ତି।
ଶନିବାର ବିଳମ୍ବିତ ରାତିରେ ସ୍ଥାନୀୟ ଧର୍ମଗୁରୁଙ୍କ ସହାୟତାରେ ସେମାନଙ୍କ ଠିକଣା ମିଳିଥିବାବେଳେ ସମସ୍ତେ ମସଜିଦ ଏବଂ ମଦ୍ରାସାରେ ରହିଥିବାର ଦେଖିବାକୁ ମିଳିଥିଲା। ସାହିବାବାଦ ପୋଲିସ ଷ୍ଟେସନ ସେମାନଙ୍କ ବିଷୟରେ ସୂଚନା ପାଇବା ପରେ ସେମାନଙ୍କୁ ଗିରଫ କରିବା ପାଇଁ ଏକ ପୋଲିସ ଟିମ୍ ଗଠନ କରାଯାଇଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ