ETV Bharat / bharat

ମେଳ ଖାଉନି ବିଦେଶ ଫେରନ୍ତାଙ୍କ ସଂଖ୍ୟା, ବଢିପାରେ ସଂକ୍ରମଣ - ସଚିବ ରାଜୀବ ଗୌବା

ବିଦେଶରୁ ଫେରିଥିବା ଯାତ୍ରୀଙ୍କ ପାଇଁ ଦେଶରେ ବୃଦ୍ଧି ହୋଇପାରେ କୋରୋନା ରୋଗୀଙ୍କ ସଂଖ୍ୟା । ଏନେଇ ସମସ୍ତ ରାଜ୍ୟର ସଚିବଙ୍କ ଚିଠି ଲେଖିଲେ କ୍ୟାବିନେଟ ସଚିବ ରାଜୀବ ଗୌବା ।

ମେଳ ଖାଉନି ବିଦେଶ ଫେରନ୍ତାଙ୍କ ସଂଖ୍ୟା, ବଢିପାରେ ସଂକ୍ରମଣ

author img

By

Published : Mar 27, 2020, 11:05 PM IST

ନୂଆଦିଲ୍ଲୀ: ଦିନକୁ ଦିନ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । କୋରୋନା ମୁକାବିଲା ପାଇଁ କଡା ପଦକ୍ଷେପ ସତ୍ତ୍ବେ ସଂକ୍ରମିତଙ୍କ ସଂଖ୍ୟାରେ ରୋକ ଲାଗୁନି । ଆଉ ଏଭଳି ସ୍ଥିତିରେ ବିଦେଶରୁ ଫେରିଥିବା ଯାତ୍ରୀଙ୍କ ସଂଖ୍ୟାକୁ ନେଇ ଆଶଙ୍କା ପ୍ରକଟ କରିଛନ୍ତି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ।

ଗତ 2 ମାସ ମଧ୍ୟରେ ଦେଶ ବାହାରୁ ଆସିଥିବା ସମସ୍ତ ଯାତ୍ରୀଙ୍କୁ ନିରକ୍ଷୀଣ ରଖାଯିବା ସହ ସଙ୍ଗରୋଧ ରହିବାକୁ ନିର୍ଦ୍ଦେଶ ରହିଛି । ବିଦେଶୀରେ ସଂକ୍ରମିତ ସଂଖ୍ୟା ଭାରତ ଅପେକ୍ଷା ଢେର ଅଧିକ ଥିବାରୁ, ସଂକ୍ରମିତ ଥିବା ସନ୍ଦେହ ସେମାନଙ୍କ ଉପରେ କଡା ନଜର ରଖାଯାଉଛି । ଗତ ଜାନୁଆରୀ 28ରୁ ମାର୍ଚ୍ଚ 23 ପର୍ଯ୍ୟନ୍ତ ବିଭିନ୍ନ ଦେଶରୁ ଭାରତକୁ ଫେରିଥିଲେ 15 ଲକ୍ଷ ଲୋକେ । ନିରୀକ୍ଷଣରେ ଥିବା ଯାତ୍ରୀଙ୍କ ସଂଖ୍ୟା ତାଳମେଳ ଖାଉନାହିଁ ବୋଲି କହିଛନ୍ତି ଗୌବା । ଫଳରେ ଦେଶରେ ଆଗୁକୁ ଆହୁରୀ ସଂକ୍ରମିତ ମାମଲା ସାମ୍ନାକୁ ଆସିପାରେ ବୋଲି ସନ୍ଦେହ ସୃଷ୍ଚି କରିଛନ୍ତି । ଏନେଇ ସେ ସମସ୍ତ ରାଜ୍ୟକୁ ଚିଠି ଲେଖି ଅବଗତ କରାଇଛନ୍ତି ।

ସରକାରଙ୍କ ବରିଷ୍ଠ ଅଫିସର ଗୌବା ଏହି ଘଟଣା ଉପରେ ଜୋର ଦୋଇ କହିଛନ୍ତି, ଯେଉଁ ଯାତ୍ରୀମାନେ ନିରୀକ୍ଷଣରୁ ହଟିଯାଇଛନ୍ତି ସେମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖୋଜି ବାହାର କରିବାକୁ ପଡିବ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜିଲ୍ଲା ଅଧିକାରୀ ଏହି କାର୍ଯ୍ୟର ତଦାରଖ କରିବେ । ଏହା ଗୌବା ସେ ସମସ୍ତ ରାଜ୍ୟର ସଚିବମାନଙ୍କୁ ସୂଚେଇ ଦେଇଛନ୍ତି, ଏଭଳି ଫରକ ରହିଲେ ଦେଶରେ କୋରୋନା ମୁକାବିଲା ଦିଗରେ ପ୍ରଭାବ ପକାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.