ରାୟପୁର: ସ୍ବାଧୀନତା ଦିବସକୁ ଆଉ ମାତ୍ର 4 ଦିନ ବାକି । ସେନେଇ ଚାରିଆଡେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ତେବେ ଛତିଶଗଡର ରାୟପୁରରେ ଏହି ଦିବସକୁ କିଛି ଖାସ କରିବା ପାଇଁ ଏକ ଭିନ୍ନ ପଦକ୍ଷେପ ନିଆଯାଇଛି ।
ସୂଚନାନୂସାରେ, 193ଟି ଦେଶରେ ଆଜିଯାଏଁ ଯାହା ହୋଇପାରିନାହିଁ ତାହା ଭାରତରେ ହେବାକୁ ଯାଉଛି । ଅଗଷ୍ଟ 15 ଦିନ ରାୟପୁରରେ ଏକ 15 କିଲୋମିଟର ଲମ୍ବା ତ୍ରିରଙ୍ଗା ଉଡିବ। ଏହାକୁ 8 ହଜାର ଲୋକ ଏକାଠି ମିଶି ଉଠାଇବେ । ଯାହା ବିଶ୍ବ ରେକର୍ଡରେ ସ୍ଥାନ ପାଇବ ।
ଏନେଇ ରାୟପୁରସ୍ଥିତ ଅମାପାରା ଠାରୁ ରବିଶଙ୍କର ସ୍କୁଲ ୟୁନିଭର୍ସିଟିର ମୈଦାନରେ ଷ୍ଟେଜ ନିର୍ମାଣ କରାଯିବ। ଯେଉଁଥିରେ ବହୁ କଳାକାର ମାନେ ଯୋଗଦେବେ । ଏହା ସହ ଫିଲ୍ମର ପ୍ରଯୋଜକ ଅମିର ହାସମୀ ଏହି ଅବସରରେ ଏକ ପ୍ରୋଗ୍ରାମକୁ ହୋଷ୍ଟ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ପୂର୍ବ ସିଏମ ରମନ ସିଂହ ଓ ପୂର୍ବ ସିଏମ ଅଜିତ ଯୋଗୀ ପ୍ରମୁଖ ଉପସ୍ଥିତ ରହିବେ । ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମରେ 8 ରୁ 10 ହଜାର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ପ୍ରଯୋଜକ ଅମିର ହାସମୀଙ୍କ କହିବାନୂଯାୟୀ, ଏହି ବିଶାଳ ଆୟୋଜନରେ 40ରୁ ଅଧିକ ସଂସ୍ଥା ମାନଙ୍କର ସହଯୋଗ ରହିଛି ।