ETV Bharat / bharat

ମେକ୍ସିକୋ: ନାଇଟ କ୍ଲବରେ ଗୁଳିକାଣ୍ଡ, 15 ମୃତ - ମେକ୍ସିକୋ

ମେକ୍ସିକୋର ଏକ ନାଇଟ କ୍ଲବରେ ଦୁର୍ବୁତ୍ତଙ୍କ ଗୁଳିକାଣ୍ଡ । ଅନ୍ୟୁନ 15 ଜଣଙ୍କର ମୃତ୍ୟୁ । ଏଥିରେ ଅନ୍ୟ 7 ଜଣ ମଧ୍ୟ ଆହାତ ହୋଇଥିବା ଜଣା ପଡିଛି । ତିନୋଟି ଭ୍ୟାନ୍‌ରେ ଆସି ଘଟାଇଥିଲେ ଏହି କାଣ୍ଡ ।

ପ୍ରତୀଘାତ୍ମକ ଫଟୋ
author img

By

Published : Mar 10, 2019, 12:01 PM IST

ଗୁଆନାଜୁଆଟୋ: ମେକ୍ସିକୋର ଏକ ନାଇଟ କ୍ଲବରେ ଗୁଳିକାଣ୍ଡ ଘଟି ଅନ୍ୟୁନ 15 ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ 7 ଜଣ ଆହାତ ହୋଇଥିବା ଶନିବାର ସ୍ଥାନୀୟ ଆଇନଜୀବୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । କ୍ଲବଟି ମେକ୍‌ସିକୋର ଦଙ୍ଗା ପ୍ରପୀଡ଼ିତ ଗୁଆନାଜୁଆଟୋ ରାଜ୍ୟରେ ଅବସ୍ଥିତ ।

ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ, କିଛି ସଶସ୍ତ୍ର ବ୍ୟକ୍ତି ସାଲାମାନ୍‌କା ସହରସ୍ଥିତ ଲା ପ୍ଲାୟା ମେନ୍‌ସ୍‌ କ୍ଲବ ଠାରେ ତିନୋଟି ଭ୍ୟାନ୍‌ରେ ଆସିଥିଲେ । ଏହା ପରେ କ୍ଲବ ପରିସର ମଧ୍ୟକୁ ପଶି ଗୁଳି ଚଳାଇଥିଲେ ।

ତେବେ କିଏ ଏହି ଗୁଳିକାଣ୍ଡ ଭିଆଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଗୁଆନାଜୁଆଟୋ ରାଜ୍ୟର 3 ପ୍ରମୁଖ ଅଧିକାରୀ ସମ୍ପୃକ୍ତ ଅପରାଧିକ ଗୋଷ୍ଠୀ ବିରୁଦ୍ଧରେ ତଲାସି ଅଭିଯାନ ଆରମ୍ଭ କରିଛନ୍ତି ।

ସ୍ଲଗ- ରାସ୍ତା ପାର ହୋଇ ଯିବାକୁ ପଡୁଛି ଶୌଚ ପାଇଁ
ଆଙ୍କର- ସଭିଏଁ ପଢ଼ିବା ସଭିଏଁ ବଢ଼ିବା ନାରା ଦେଇ ସରକାର ସହରଠାରୁ ଅପହଞ୍ଚ ଅଚଂଳ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିଛନ୍ତି । ଏହା ସହ ବିଦ୍ୟାଳୟରେ ରହି ଶିକ୍ଷା ଦାନ ପାଇଁ ବିଦ୍ୟାଳୟ ପରିସରରେ ହଷ୍ଟେଲ ମଧ୍ୟ ଖୋଲିଲେ । ଏହି ହଷ୍ଟେଲ ପରିଚାଳନା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ମଧ୍ୟ କରୁଛନ୍ତି। ହଷ୍ଟେଲ ରେ ରହୁଥିବା ଏନ୍ତେବାସୀଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେଉଥିବା ସରକାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ସରକାରଙ୍କ ଏହି ସମସ୍ତ ସୁବିଧା ସୁଯୋଗ ରୁ ବଞ୍ଚିତ ହେଉଛନ୍ତି ସାହରପଡା ବ୍ଲକର ଧାନବେଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ମାନେ । ଉକ୍ତ ବିଦ୍ୟାଳୟରେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପଢିବା ପାଇଁ ହଷ୍ଟେଲ ର ବ୍ୟବସ୍ତା ହେଇଛି । ହଷ୍ଟେଲ ରେ ଥିବା ଛାତ୍ରୀଙ୍କ ଶୌଚ ପାଇଁ ସମସ୍ତ ସୁବିଧା ସୁଯୋଗ ଅଛି । କିନ୍ତୁ ବିଦ୍ୟାଳୟ ହଷ୍ଟେଲ ରେ ଥିବା ଏକ ଶହରୁ ଉର୍ଦ୍ଧ୍ବ ଛାତ୍ର ଙ୍କ ଶୌଚ ପାଇଁ ସୁବିଧା ନଥିବା ଅଭିଯୋଗ ହେଇଛି । ବିଦ୍ୟାଳୟ ସାମ୍ନା ରେ ଏକ ରାଜପଥ ଯାଇଛି । ହଷ୍ଟେଲ ରେ ଶୌଚର ସୁବିଧା ନଥିବାରୁ ଛାତ୍ର ମାନେ ବିପଦ ସଂକୁଳ ଭାବେ ଏହି ରାଜପଥ ପାର ହୋଇ ନିକଟସ୍ଥ ଏକ ପୋଖରୀ କୁ ଯିବାକୁ ପଡୁଛି । ଏହି ପୋଖରୀକୁ ଛାତ୍ର ମାନେ ବାଧ୍ୟ ହୋଇ ଯିବାକୁ ପଡୁଛି ବୋଲି ଛାତ୍ର ମାନେ ପ୍ରକାଶ କରିଛନ୍ତି । ପୋଖରୀରେ  ଭଲ ଘାଟ ନଥିବା ବେଳେ ବେଳେ ବେଳେ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ମଧ୍ୟ ପ୍ରକାଶ କରିଛନ୍ତି ଛାତ୍ର ମାନେ । ଏନେଇ ବହୁବାର ବିଦ୍ୟାଳୟ କତ୍ତୃପକ୍ଷ ଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁ ନଥିବା ଅଭିଯୋଗ କରିଛନ୍ତି ବିଦ୍ୟାଳୟର ଛାତ୍ର ମାନେ । ଶୌଚ ପାଇଁ ଆସିଥିବା ଛାତ୍ରଙ୍କ ସହ ଆସିଥିବା ଶିକ୍ଷକଙ୍କୁ ପଚାରିବାରୁ ଦୀର୍ଘ ଦିନ ହେବ ଏଭଳି ଚାଲୁଥିବା ବେଳେ କିଛି ଦୁର୍ଘଟଣା ହୋଇଥିବା ପ୍ରକାଶ କରିଛନ୍ତି । ଏନେଇ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପଚାରିବାରୁ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଡିପିସି ଙ୍କୁ ନିର୍ଦେଶ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

ବାଇଟ-୧-କେଶବ ମହାନ୍ତ (ଛାତ୍ର)

ବାଇଟ-୨-ସତ୍ୟପ୍ରିୟ ମହାନ୍ତ ( ଛାତ୍ର)

ବାଇଟ-୩-ପ୍ରଦୀପ କୁମାର ମହାନ୍ତ( ଶିକ୍ଷକ)

ବାଇଟ-୪- ଭକ୍ତ ଚରଣ ପ୍ରଧାନ( ଅତିରିକ୍ତ ଜିଲ୍ଲାପାଳ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.