ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ସହ ଅହେତୁକ ଭାବେ କମିଛି ମୃତ୍ୟୁ ସଂଖ୍ୟା। ଦୀର୍ଘ ଦିନ ଧରି ବଢିଚାଲିଥିବା ସଂକ୍ରମଣ ଏବେ ଧିରେ ଧିରେ କମିବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 14 ହଜାର 256ଟି ନୂଆ ସଂକ୍ରମଣ ରିପୋର୍ଟ ହୋଇଛି । ସେଥିମଧ୍ୟରୁ 152 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 17 ହଜାର 130 ଜଣ ସୁସ୍ଥ ହୋଇଛନ୍ତି ।
ତେବେ ନୂଆ ରିପୋର୍ଟକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା 1 କୋଟି 6 ଲକ୍ଷ 39 ହଜାର 684କୁ ବୃଦ୍ଧି ଘଟିଛି। ସେହିପରି ମୃତ୍ୟୁ ସଂଖ୍ୟା 1 ଲକ୍ଷ 53 ହଜାର 184 ପାର କରିଛି । ଅନ୍ୟପଟେ 1 କୋଟି 3 ଲକ୍ଷ 838 ଜଣ ସୁସ୍ଥ ହୋଇଛନ୍ତି ।
ତେବେ 1 ଲକ୍ଷ 85 ହଜାର 662 ଜଣ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପଟେ କୋରୋନା ଟିକାକରଣ ଦେଶରେ ଜାରି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା 13 ଲକ୍ଷ 90 ହଜାର 592 ଜଣ ଏହି ଟିକା ନେଇ ସାରିଛନ୍ତି ।
@ANI