ETV Bharat / bharat

ସଙ୍କଟରେ ମାୟା ନଗରୀ, 22 ହଜାର ଛୁଇଁଲା ଆକ୍ରାନ୍ତ

author img

By

Published : May 20, 2020, 1:17 AM IST

ମଙ୍ଗଳବାର ମୁମ୍ବାଇରେ 1411 ନୂଆ କୋରୋନା କେସ ବାହାରିଛି । ଏହାସହ 43 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ସଙ୍କଟରେ ମାୟା ନଗରୀ, 22 ହଜାର ଛୁଇଁଲା ଆକ୍ରାନ୍ତ
ସଙ୍କଟରେ ମାୟା ନଗରୀ, 22 ହଜାର ଛୁଇଁଲା ଆକ୍ରାନ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ଅତ୍ୟନ୍ତ ଭୟଙ୍କର ପାଲଟିଛି । ଏଠାରେ 40 ହଜାର ପାଖାପାଖି ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମୁମ୍ବାଇ ଓ ପୁନେ ।

ବ୍ରିହାଣମୁମ୍ବାଇ ପୌରପରିଷଦ ସୂଚନାନୁସାରେ ମୁମ୍ବାଇରେ ମଙ୍ଗଳବାର 1411 ନୂଆ କୋରୋନା କେସ ବାହାରିଛି । ଏହାସହ 43 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ମାୟା ନଗରୀରେ ମୋଟ ଆକ୍ରାନ୍ତ 22 ହଜାର 563 ରହିଛି । ମୃତ୍ୟୁସଂଖ୍ୟା 800 ଛୁଇଁଛି ।

ସେହିପରି ପୁନେରେ ଗତ 24 ଘଣ୍ଟାରେ 193 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ 10 ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ମୋଟ କୋରୋନା ପଜିଟିଭ 4370 ରହିଥିବା ବେଳେ ମୃତ୍ୟୁସଂଖ୍ୟା 221 ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.