ETV Bharat / bharat

ଗୁଜୁରାଟ ଅଗ୍ନିକାଣ୍ଡ: 3 ମହଲାରୁ ଡେଇଁ ମଧ୍ୟ ନାବାଳକ ଜୀବିତ

କଥାରେ ଅଛି ଯାହାକୁ ଭଗବାନ ରଖିବେ ତାକୁ ବା କିଏ ମାରିବ । ଏହି ଉକ୍ତିଟି ଠିକ ପ୍ରମାଣିତ ହୋଇଛି ଗୁଜୁରାଟର ନାବାଳକ ରାମଙ୍କ କ୍ଷେତ୍ରରେ । ଆମେ କହୁଛୁ ଗତକାଲି ଗୁଜୁରାଟ ତକ୍ଷଶୀଳା କମ୍ପ୍ଲେକ୍ସରେ ଘଟିଥିବା ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଥିବା ଏହି ନାବାଳକଙ୍କ କଥା। ଯିଏ ତୃତୀୟ ମହଲାରୁ ଡେଇଁ ମଧ୍ୟ ଅଛନ୍ତି ସମ୍ପୂର୍ଣ୍ଣ ସୁରକ୍ଷିତ ।

author img

By

Published : May 25, 2019, 5:24 PM IST

ଫଟୋ ସୌଜନ୍ୟ : ଏଏନଆଇ

ଗାନ୍ଧୀନଗର: କଥାରେ ଅଛି 'ଯାହାକୁ ରଖିବେ ଅନନ୍ତ କେ କରିପାରେ ବଳବନ୍ତ ' । ଏହାର ଏକ ଜ୍ବଳନ୍ତ ଉଦାହରଣ ନିକଟରେ ଦେଖିବାକୁ ମିଳିଛି । ଗୁଜୁରାଟ ଅଗ୍ନିକାଣ୍ଡରେ ଏବେ ସୁଦ୍ଧା ପ୍ରାଣ ହରାଇଛନ୍ତି 20ରୁ ଅଧିକ ଛାତ୍ରଛାତ୍ରୀ । ହେଲେ 3 ମହଲରୁ ତଳକୁ ଡେଇଁବା ସତ୍ତ୍ବେ ମଧ୍ୟ ବଞ୍ଚିଯାଇଛି ଜଣେ 14 ବର୍ଷର ବାଳକର ଜୀବନ ।

ସୁରତର ତକ୍ଷଶୀଳା କୋଚିଂ ସେଣ୍ଟରରେ ଶୁକ୍ରବାର ନିଆଁ ଲାଗିଥିବା ସମୟରେ ପାଖାପାଖି 30 ଜଣ ଛାତ୍ର ଥିଲେ । ଆଉ ସେମାନଙ୍କ ଭିତରେ ଥିଲେ 14 ବର୍ଷର ନାବାଳକ ରାମ। କ୍ଲାସ ଚାଲିଥିବାବେଳେ ହଠାତ ଶିକ୍ଷକ କ୍ଲାସରୁ ଦୌଡି ପଳାଇଥିଲେ । ତାଙ୍କୁ ଦେଖି ରାମ ମଧ୍ୟ ତୃତୀୟ ମହଲାରୁ ତଳକୁ ଡେଇଁ ପଡିଥିଲା। ହେଲେ ଆଶ୍ଚର୍ଯ୍ୟର କଥା ଯେ, ଏତେ ଉପରୁ ପଡିବା ପରେ ମଧ୍ୟ ରାମଙ୍କର ଶରୀରରେ ଟିକିଏ ଦାଗ ମଧ୍ୟ ହୋଇନଥିଲେ।

ତଳେ ଉପସ୍ଥିତ ଥିବା ଲୋକେ ରାମଙ୍କୁ ହାତରେ ଧରିନେଇଥିଲେ । ଫଳରେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ । କିନ୍ତୁ ସେ ଯେତେବେଳେ ତଳକୁ ଡେଇଁବା ପାଇଁ ନିଷ୍ପତ୍ତି ନେଲେ ତାଙ୍କୁ ଚାରିପଟେ ମୃତ୍ୟୁ ହିଁ ଦିଶୁଥିଲା । କିନ୍ତୁ ସେ ଭୟଭୀତ ନହୋଇ ମୃତ୍ୟୁକୁ ସାମନା କରିଥିଲେ । ଶେଷରେ ସଫଳ ମଧ୍ୟ ହୋଇଥିଲେ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.