ETV Bharat / bharat

କର୍ଣ୍ଣାଟକ: ଦଳରୁ ବିଦା ହେଲେ କଂଗ୍ରେସର 14 ବିଦ୍ରୋହୀ ବିଧାୟକ

author img

By

Published : Jul 30, 2019, 10:40 PM IST

ଦଳ ବିରୋଧୀ ଗତିବିଧି ପାଇଁ କର୍ଣ୍ଣାଟକ କଂଗ୍ରେସର 14 ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

ଫଟୋ ସୌଜନ୍ୟ: ଟ୍ବିଟର@ANI

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସର 14 ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦଳ ବିରୋଧୀ ଗତିବିଧି ପାଇଁ ମଙ୍ଗଳବାର ସେମାନଙ୍କୁ ଦଳରୁ ବହିଷ୍କାର କରିଦିଆଯାଇଛି । ଏନେଇ କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ ସୂଚନା ଦେଇଛନ୍ତି ।

ତେବେ ଦଳ ବିରୋଧୀ ଗତିବିଧି ପାଇଁ ସେମାନଙ୍କୁ ବହିଷ୍କାର କରିବାକୁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାୱ ଏକ ପ୍ରସ୍ତାବ ଦେଇଥିଲେ । ତେବେ ଏହି ପ୍ରସ୍ତାବକୁ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ସ୍ବିକୃତି ଦିଆଯାଇଛି । ଏହା ପୂର୍ବରୁ କର୍ଣ୍ଣାଟକର ପୂର୍ବତନ ବାଚସ୍ପତି କେ.ଆର ରମେଶ କୁମାର ସେମାନଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ । ଏହି ଅଯୋଗ୍ୟ ଘୋଷିତ ବିଧାୟକ ଏବେ ନା କୌଣସି ସରକାରରେ ମନ୍ତ୍ରୀ ପଦ ପାଇପାରିବେ ନା କୌଣସି ଉପନିର୍ବାଚନରେ ଲଢିପାରିବେ ।

ଏହି ପ୍ରସ୍ତାବ ପାରିତ ହେବାପରେ କଂଗ୍ରେସର ପୂର୍ବତନ ବିଧାୟକ ମହେଶ କୁମ୍ମଟଲୀ, ଶ୍ରୀମନ୍ତ ବି ପାଟିଲ, ରମେଶ ଜାରକିହୋଲି, ପ୍ରତାପ ଗୌଡା ପାଟିଲ, ଶିବରାମ ମହାବଲେଶ୍ବର ହେବ୍ବର, ବିସି ପାଟିଲ, ଆର ଶଙ୍କର, ଆନନ୍ଦ ସିଂହ, ଡ.କେ ସୁଧାକର, ବିଏ ବସାବରାଜ, ଏସଟି ସୋମଶେଖର , ମୁନିରତ୍ନ, ରୋଶନ ବେଗ ଏବଂ ଏମଟିବି ନାଗରାଜ ବର୍ତ୍ତମାନଠାରୁ ଆଉ ଦଳରେ ଅଂଶ ରହିବେ ନାହିଁ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.