ଅମରାବତୀ: ସମଗ୍ର ଦେଶରେ କୋରୋନା ଆତଙ୍କ ଖେଳାଇଛି । ଏହା ମଧ୍ୟରେ କୋରୋନା ମନ୍ଦିର ମଧ୍ୟକୁ ମଧ୍ୟ ପ୍ରବେଶ କରିଛି । ଗୁରୁବାର ତିରୁମାଲା ତିରୁପତି ଦେବସ୍ଥାନମର 14 ଜଣ ପୁରୋହିତ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।
ଏହି ଖବର ଜଣାପଡିବା ପରେ ଗୁରୁବାର ଟିଟିଡିର କାର୍ଯ୍ୟନିର୍ବାହୀ ଅଧିକାରୀ ଅନିଲ କୁମାର ଶିଙ୍ଘଲ ମନ୍ଦିର ପୁରୋହିତଙ୍କ ସମେତ ସ୍ବାସ୍ଥ୍ୟ ଏବଂ ସଚେତନ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି ।
ପ୍ରକାଶ ଥାଉକି, ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ 35451 କୋରୋନା ମାମଲା ରହିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 452 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।