ETV Bharat / bharat

ଗୋଟିଏ ପରିବାରର 14 ସଦସ୍ୟ କୋରୋନା ଆକ୍ରାନ୍ତ

author img

By

Published : Aug 1, 2020, 7:40 PM IST

ଛତିଶଗଡ ନୱାପାର ନଗରରେ ଗୋଟିଏ ପରିବାର 14 ଜଣ ସଦସ୍ୟ କୋରୋନା ସଂକ୍ରମିତ ଥିବା ଜଣାପଡିଛି ।

corona
ଗୋଟିଏ ପରିବାରର 14 ସଦସ୍ୟ କୋରୋନା ଆକ୍ରାନ୍ତ

ରାୟପୁର: ଛତିଶଗଡ ନୱାପାର ନଗରରେ ଗୋଟିଏ ପରିବାର 14 ଜଣ ସଦସ୍ୟ କୋରୋନା ସଂକ୍ରମିତ ଥିବା ଜଣାପଡିଛି । ଗୋଟିଏ ପରିବାରର ଚିହ୍ନଟ 14 କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ 7 ଜଣ ମହିଳା, 2 ଜଣ ଶିଶୁ ଏବଂ 5 ପୁରୁଷ ସାମିଲ ଅଛନ୍ତି ।

ମିଳିଥିବା ସୁଚନା ଅନୁଯାୟୀ, ଏହି ପରିବାରର ଜଣେ ସଦସ୍ୟ କୋରୋନା ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କ ପରିବାର ସଦସ୍ୟଙ୍କ କୋରୋନା ପରୀକ୍ଷା ପାଇଁ ରକ୍ତ ନମୂନା ପଠାଯାଇଥିଲା । ତେବେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ପରିବାରର 14 ଜଣ ସଦସ୍ୟଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଛି ।

ପ୍ରକାଶ ଥାଉକି, ଛତିଶଗଡରେ ବର୍ତ୍ତମାନ 8761 କୋରୋନା ମାମଲା ଥିବାବେଳେ 51 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.