ETV Bharat / bharat

ମହାରାଷ୍ଟ୍ରରେ ପ୍ରବଳ ବର୍ଷା, ସୋଲାପୁରରେ 14 ମୃତ

author img

By

Published : Oct 16, 2020, 10:27 AM IST

ମହାରାଷ୍ଟ୍ରରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି । ଏହା ଦ୍ବାରା ସୋଲାପୁର ମାତ୍ରାଧିକ ପ୍ରଭାବିତ ହୋଇଛି । ବନ୍ୟା ଓ କାନ୍ଥ ପଡି ଏଯାବତ 14 ଜଣଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ...

ସୋଲାପୁରରେ ଗଲା 14 ଜୀବନ
ସୋଲାପୁରରେ ଗଲା 14 ଜୀବନ

ସୋଲାପୁର (ମହାରାଷ୍ଟ୍ର): ମହାରାଷ୍ଟ୍ରରେ ସୋଲାପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ 14 ଜଣଙ୍କ ଜୀବନ ଯାଇଛି । 570 ଗାଁରେ ମାତ୍ରାଧିକ ପ୍ରଭାବିତ ହୋଇଛି । ମୃତକଙ୍କ ମଧ୍ୟରେ 6 ଜଣଙ୍କ ଉପରେ କାନ୍ଥ ପଡି ମୃତ୍ୟୁ ଘଟିଛି । ଅକ୍ଟୋବର 14 ତାରିଖରେ ମନ୍ଦିରମାଳିନୀ ସହରର ପନ୍ଦରୁପର ଅଞ୍ଚଳରେ କାନ୍ଥ ଭୁଶୁଡି ପଡିଥିଲା । ଅନ୍ୟମାନଙ୍କ ବନ୍ୟା ଯୋଗୁଁ ବିଭିନ୍ନ ଘଟଣା ଘଟି ମୃତ୍ୟୁ ହୋଇଛି ।

ଗୁରୁବାର ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ପନ୍ଦପୁର ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ସେ କହିଛନ୍ତି । ଗତ କିଛି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି ।

ଏହି ଲଗାଣ ବର୍ଷା ଦ୍ବାରା ମହାରାଷ୍ଟ୍ରର ସୋଲାପୁର, କୋହ୍ଲାପୁର, ପୁନେ, ସାଙ୍ଗିଲ, ସିତାରା,ଓସମାନବାଦ, ଲତୁର ଅଞ୍ଚଳ ମାତ୍ରାଧିକ ପ୍ରଭାବିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.