ETV Bharat / bharat

ରାଞ୍ଚି ଷ୍ଟେସନରୁ 14 ଯୁବତୀଙ୍କୁ ଉଦ୍ଧାର କଲା ଆରପିଏଫ, ଜଣେ ମହିଳା ଗିରଫ - 14 ଯୁବତୀ ଉଦ୍ଧାର

ରାଞ୍ଚିରୁ ହାଇଦ୍ରାବାଦ ଯାଉଥିବା ସମୟରେ 14 ଯୁବତୀଙ୍କୁ ଉଦ୍ଧାର କରିଛି ରାଞ୍ଚି ଆରପିଏଫ ପୋଲିସ । ଚାକିରୀ ଯୋଗାଇ ଦେବାକୁ ପ୍ରତିଶ୍ରୃତି ଦେଇ ସେମାନଙ୍କୁ ହାଇଦ୍ରାବାଦ ଡକାଯାଇଥିବା ତଦନ୍ତରୁ ଜଣାପଡିଛି । ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି ।

ରାଞ୍ଚି ଷ୍ଟେସନରୁ 14 ଯୁବତୀଙ୍କୁ ଉଦ୍ଧାର କଲା ଆରପିଏଫ, ଜଣେ ମହିଳା ଗିରଫ

author img

By

Published : Oct 3, 2020, 6:10 PM IST

ରାଞ୍ଚି: ରାଞ୍ଚି ଆରପିଏଫ ପୋଲିସ ଦ୍ବାରା 14 ଯୁବତୀ ଉଦ୍ଧାର । ଲତେହାରରୁ ହାଇଦ୍ରାବାଦ ଯିବା ସମୟରେ 6 ଜଣ ଯୁବତୀଙ୍କ ସମେତ 8 ଜଣ ନାବାଳିକାଙ୍କୁ ରାଞ୍ଚି ଷ୍ଟେସନରୁ ଶୁକ୍ରବାର ଉଦ୍ଧାର କରିଛି ଆରପିଏଫ ପୋଲିସ । ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ସଂପୃକ୍ତ ମହିଳାଙ୍କ ନାମ ମିନା ଦେବୀ ଓ ତାଙ୍କ ଘର ଚମା ନିହାରୀ ଗାଁରେ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, କିଛି ଯୁବତୀ ଶୁକ୍ରବାର ହାଇଦ୍ରାବାଦ ଯିବା ପାଇଁ ରାଞ୍ଚି ଷ୍ଟେସନକୁ ଆସିଥିଲେ । ସେମାନଙ୍କ ମଧ୍ୟରେ 8 ଜଣ ନାବାଳିକା ଥିଲେ । ଯୁବତୀମାନଙ୍କର ଗତିବିଧି ଠିକ ନ ଲାଗିବାରୁ ଆରପିଏଫ ପୋଲିସର ସନ୍ଦେହ ସୃଷ୍ଟି ହୋଇଥିଲା । ଆରପିଏଫର ଜଣେ ମହିଳା କର୍ମଚାରୀ ଜଣେ ଯୁବତୀଙ୍କୁ କୁଆଡେ ଯାଉଛି ବୋଲି ପଚାରିବାରୁ ଝିଅଟି କିଛି ଉତ୍ତର ଦେଇପାରି ନଥିଲା ।

ସବଇନ୍ସପେକ୍ଟର ସୁନିତା ଟିରକେ ଟିମ୍ ଓ ଅସି ଦାବଲୁ ଖାନ ଯୁବତୀଙ୍କ ଠାରୁ ସେମାନଙ୍କର ପରିଚୟ ପଚାରି ବୁଝିଥିଲେ । ସେମାନଙ୍କ ଘର ଲତେହାରରେ ହୋଇଥିବାବେଳେ ଜଣେ ମିନା ଦେବୀ ନାମକ 25 ବର୍ଷୀୟ ମହିଳା ତାଙ୍କୁ ଚାକିରୀ ଦେବାକୁ କହି ହାଇଦ୍ରାବାଦ ନେଇ ଯାଉଥିବା ଜଣାପଡିଥିଲା । ଏହାପରେ ପୋଲିସ ମିନା ଦେବୀକୁ ଏ ସଂପର୍କରେ ପଚାରିବାରୁ ସେ କିଛି କହିପାରି ନଥିଲା ଏବଂ ତା' ନିକଟରୁ ଚାକିରୀର ସମ୍ବନ୍ଧୀୟ କୌଣସି ଆଇନଗତ କାଗଜପତ୍ର ମଧ୍ୟ ମିଳି ନଥିଲା । ତାଙ୍କ ପରିବାର ସହ ଯୋଗଯୋଗ କରିଥିଲେ ବି ସେମାନେ ମଧ୍ୟ ଏ ସଂପର୍କରେ କିଛି ସଠିକ ସୂଚନା ଦେଇପାରି ନଥିଲେ ।

ଆରପିଏଫ ସମସ୍ତ ଯୁବତୀଙ୍କୁ ରାଞ୍ଚି ପୋଲସ ଷ୍ଟେସନ ଇନଚାର୍ଜଙ୍କୁ ହସ୍ତାନ୍ତର କରିଛି । ମିନା ଦେବୀ ଯୁବତୀମାନଙ୍କୁ ପ୍ରକୃତରେ କେଉଁ କାମ ପାଇଁ ହାଇଦ୍ରାବାଦ ନେଇ ଯାଉଥିଲେ ଏନେଇ ଅଧିକ ଅନୁସନ୍ଧାନ କରୁଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.