ETV Bharat / bharat

24 ଘଣ୍ଟାରେ ଦେଶରେ 1,396 ପଜିଟିଭ, 27,892କୁ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Apr 27, 2020, 9:33 AM IST

ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନାନୂସାରେ, ଦେଶରେ ସମୂଦାୟ 27,892 କୁ ବୃଦ୍ଧି ପାଇଛି କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

ଗତ 24 ଘଣ୍ଟାରେ ଦେଶରେ 1,396 ପଜିଟିଭ
ଗତ 24 ଘଣ୍ଟାରେ ଦେଶରେ 1,396 ପଜିଟିଭ

ହାଇଦ୍ରାବାଦ: ଭାରତରେ ଜାରି ରହିଛି କୋରୋନା ପ୍ରକୋପ । ପ୍ରତ୍ୟେକ ଦିନ ଏକ ହଜାରରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସୁଛି । ଯାହା ମୁଣ୍ଡବ୍ୟଥାର କାରଣ ପାଲଟିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁରକ୍ଷା ଓ ସଚେତନତା ନିଆଯାଉଥିବା ସତ୍ତ୍ବେ ଥମିବାର ନାଁ ଧରୁନି ସଂକ୍ରମଣ ।

ତେବେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1,396ଟି କୋରନା ପଜିଟିଭ ସାମ୍ନାକୁ ଆସିଥିବାବେଳେ, ଏଥିରେ 48 ଜଣଙ୍କର ପ୍ରାଣହାନୀ ଘଟିଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସେହିପରି ଦେଶରେ ସମୂଦାୟ କୋରୋନା ସଂକ୍ରମଣ ସଂଖ୍ୟା 27,892 କୁ ବୃଦ୍ଧି ପାଇଛି ।

ସେଥିମଧ୍ୟରୁ 20 ହଜାର 8ଶହ 35ଟି ମାମଲା ସକ୍ରିୟ ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାରେ ଆକ୍ରାନ୍ତ ହୋଇ 872 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଏହି ସମୟରେ 6 ହଜାର 184 ଜଣ ଲୋକ ସୁସ୍ଥ ହୋଇ ଘରକୁ ଫରିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.