ETV Bharat / bharat

PMGKAY ଅଧିନରେ ରାଜ୍ୟ ଗ୍ରହଣ କରିଛି 1 ଲକ୍ଷ ମ୍ୟାଟ୍ରିକ ଟନରୁ ଅଧିକ ଶସ୍ୟ

author img

By

Published : Jul 13, 2020, 7:23 PM IST

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧିନରେ ଜୁଲାଇରୁ ନଭେମ୍ବର, 5 ମାସ ପାଇଁ ଆବଣ୍ଟିତ 203 ଲକ୍ଷ ମ୍ୟାଟ୍ରିକ୍ ଟନ୍ ଖାଦ୍ୟ ମଧ୍ୟରୁ 1 ଲକ୍ଷ 39 ହଜାର ମ୍ୟାଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ରାଜ୍ୟ ଗୁଡିକ ଉଠାଇଛନ୍ତି।

ରାଜ୍ୟ ଗ୍ରହଣ କରିଛି 1 ଲକ୍ଷ ମ୍ୟାଟ୍ରିକ ଟନରୁ ଅଧିକ ଶସ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧିନରେ ଜୁଲାଇରୁ ନଭେମ୍ବର, 5 ମାସ ପାଇଁ ଆବଣ୍ଟିତ 203 ଲକ୍ଷ ମ୍ୟାଟ୍ରିକ୍ ଟନ୍ ଖାଦ୍ୟ ମଧ୍ୟରୁ 1 ଲକ୍ଷ 39 ହଜାର ମ୍ୟାଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ରାଜ୍ୟ ଗୁଡିକ ଉଠାଇଛନ୍ତି। ଗ୍ରାହକ ବ୍ୟାପାର ମନ୍ତ୍ରୀ ରାମବିଳାସ ପାସୱାନ ଏହି ସୂଚନା ଦେଇଛନ୍ତି । ପାସୱାନ ଟ୍ବିଟରେ କହିଛନ୍ତି ଯେ ଚଳିତ ମାସ 1 ତାରିଖରୁ 11 ଲକ୍ଷ ମ୍ୟାଟ୍ରିକ୍ ଟନରୁ ଅଧିକ ଖାଦ୍ୟ ଶସ୍ୟ ଲୋଡ୍ ହୋଇ 396 ରେଳ ର୍ୟାକ୍ ମାଧ୍ୟମରେ ରାଜ୍ୟକୁ ପଠାଯାଇଛି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ 25 ମାର୍ଚ୍ଚରୁ 30 ଜୁନ୍ ପର୍ଯ୍ୟନ୍ତ, ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ 4,999 ରେଳ ରାକ୍ ମାଧ୍ୟମରେ ପ୍ରାୟ 140 ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟ ଶସ୍ୟ ପରିବହନ କରିଛି।

ପାସୱାନ୍ ଏହା ମଧ୍ୟ କହିଛନ୍ତି ଯେ ରବି ଋତୁ 2020-21 ପାଇଁ କ୍ରୟ ଲକ୍ଷ୍ୟ ଅନୁଯାୟୀ ଚାଷୀଙ୍କ ଠାରୁ ଗହମ ଓ ଧାନ କ୍ରୟ ଜାରି ରହିଛି। ସେ କହିଛନ୍ତି, ଏଫସିଆଇ ଚଳିତ ମାସ 11 ତାରିଖ ପର୍ଯ୍ୟନ୍ତ 389.45 ଲକ୍ଷ ମ୍ୟାଟ୍ରିକ୍ ଟନ୍ ଗହମ କ୍ରୟ କରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ରବି ଋତୁରେ 128.86 ଲକ୍ଷ ମ୍ୟାଟ୍ରିକ୍ ଟନ୍ ଧାନ କିଣିବା ସହିତ 2019-20ରେ ଏପର୍ଯ୍ୟନ୍ତ ସମୁଦାୟ 750.17 ଲକ୍ଷ ମ୍ୟାଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.