ପଞ୍ଜାବ: ଲକଡାଉନରେ ଫସି ରହିଥିବା 137 ପାକିସ୍ତାନୀ ମଙ୍ଗଳବାର ନିଜ ଦେଶକୁ ଫେରିଛନ୍ତି । ତେବେ ସେମାନଙ୍କୁ ରାଜ୍ୟରେ ଥିବା ଅଟ୍ଟାରି-ୱାଘା ସୀମା ଦେଇ ପାକିସ୍ତାନରେ ଛଡା ଯାଇଛି ।
ଲକଡାଉନ ପୂର୍ବରୁ ଭାରତ ଆସିଥିବା ଏହି ପାକିସ୍ତାନୀମାନେ ଲକଡାଉନ ଯୋଗୁଁ ନିଜ ଦେଶକୁ ଫେରି ପାରିନଥିଲେ । କିନ୍ତୁ ମଙ୍ଗଳବାର ସେହି ପରିବାରମାନେ ଅଟ୍ଟାରି-ୱାଘା ସୀମା ପାର ହୋଇ ନିଜ ଦେଶ ପାକିସ୍ତାନକୁ ଯାଇଥିଲେ । ପ୍ରାୟ 137 ଜଣ ଲୋକ ଭାରତରେ ଫସି ରହିଥିଲେ । ବହୁ ଦିନ ପରେ ନିଜ ପରିବାରକୁ ଭେଟିବାକୁ ଯାଉଥିବାରୁ ସେମାନେ ଖୁସିଥିବା କହିଛନ୍ତି ।
ଲକଡାଉନ ଯୋଗୁଁ ବିଭିନ୍ନ ଦେଶରେ ଅନ୍ୟାନ୍ୟ ଦେଶର ଲୋକମାନେ ଏବେ ମଧ୍ୟ ଫସି ରହିଛନ୍ତି । ପାକିସ୍ତାନୀ ପରିବାର ସୀମା ସିଲ୍ ହେବା ପରେ ଭାରତରେ ଫସି ରହିଥିବାବେଳେ ଅନେକ ଭାରତୀୟ ଆଜି ମଧ୍ୟ ପାକିସ୍ତାନରେ ଫସି ରହିଛନ୍ତି । ଏହି ପାକିସ୍ତାନୀମାନେ କୌଣସି କାରଣରୁ ଭାରତ ଆସିଥିଲେ କିନ୍ତୁ ଏହା ପରେ କାେରୋନା କାରଣରୁ ଲକଡାଉନ ଦେଶବ୍ୟାପୀ ଜାରି ହେବା ପରେ ସେମାନେ ଭାରତରେ ଅଟକି ଯାଇଥିଲେ ବୋଲି ଏଏସଆଇ ଅରୁନପାଲ ସିଂ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ