ETV Bharat / bharat

20 ହଜାର ଅଭିମୁଖେ ମହାରାଷ୍ଟ୍ର, 10 ହଜାର ପାର ମୁମ୍ବାଇ

author img

By

Published : May 8, 2020, 12:58 AM IST

ଥମିବାର ନାମ ନେଉନି କୋଭିଡ-19 । ଦିନକୁ ଦିନ ମହାରାଷ୍ଟ୍ରରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେଉଛି । ଅଧିକ ପଢନ୍ତୁ...

20 ହଜାର ଅଭିମୁଖେ ମହାରାଷ୍ଟ୍ର, 10 ହଜାର ପାର ମୁମ୍ବାଇ
20 ହଜାର ଅଭିମୁଖେ ମହାରାଷ୍ଟ୍ର, 10 ହଜାର ପାର ମୁମ୍ବାଇ

ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରଳୟ ରଚିଛି କୋରୋନା । ପ୍ରତିଦିନ 1000ରୁ ଅଧିକ ପଜିଟିଭ ବାହାରୁଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 18 ହଜାର ପାର କରିଥିବାବେଳେ ଦେଶର ପ୍ରଥମ ରାଜ୍ୟ ଭାବେ ଏଠାରେ 20 ହଜାର କୋରୋନା ପଜିଟିଭ ବାହାରିବାର ସ୍ପଷ୍ଟ ହୋଇଛି ।

ଥମିବାର ନାମ ନେଉନି କୋଭିଡ-19 । ଦିନକୁ ଦିନ ମହାରାଷ୍ଟ୍ରରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେଉଛି । ଗୁରୁବାର 1362ଟି ନୂଆ ମାମଲା ବାହାରିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 18 ହଜାର 120 ଛୁଇଁଛି । ସେହିପରି ମୁମ୍ବାଇରେ ପରିସ୍ଥିତି ଅଣାୟତ୍ତ ହୋଇଛି । ଗୁରୁବାର ଏଠାରେ ପଜିଟିଭ ସଂଖ୍ୟା 10 ହଜାର ଉପରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 400 ଉପରେ ରହିଛି ।

24 ଘଣ୍ଟାରେ ମାୟା ନଗରୀରେ 692ଟି ପଜିଟିଭ ସ୍ପଷ୍ଟ ହୋଇଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 11 ହଜାର 219 ରହିଛି । ସେହିପରି 25ଟି ମୃତ୍ୟୁ ସହ 437 ଛୁଇଁଛି ମୋଟ ମୃତ୍ୟୁ ସଂଖ୍ୟା ।

ଧାରାବି ବସ୍ତିରେ ଗୁରୁବାର 50ଟି କେସ ବାହାରିଛି । ଏହାସହ ମୋଟ ଆକ୍ରାନ୍ତ 783 ଛୁଇଁଛି । ସେହିପରି ମୁମ୍ବାଇର ଆର୍ଥର ରୋଡ ଜେଲରେ ଗତ 24 ଘଣ୍ଟାରେ 72 ଅନ୍ତେବାସୀ କୋରୋନା ପଜିଟିଭର ଶିକାର ହୋଇଛନ୍ତି । 7 ଜଣ ଜେଲ ଷ୍ଟାଫ ମଧ୍ୟ ଆକ୍ରାନ୍ତ ଥିବା ସୂଚନା ମିଳିଛି । ଶୁକ୍ରବାର ସକାଳେ ଅନ୍ତେବାସୀଙ୍କୁ ଓ ଷ୍ଟାଫଙ୍କୁ ପୃଥକ ଭାବେ ଜେଲରୁ ହସ୍ପିଟାଲ ସ୍ଥାନାନ୍ତର କରାଯିବ ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.