ଲକ୍ଷ୍ନୌ: ସମଗ୍ର ଦେଶରେ କୋରୋନା କାରଣରୁ ଲକଡାଉନ ଲାଗୁ ହୋଇଛି । ଏହା ମଧ୍ୟରେ ଉତ୍ତରପ୍ରଦେଶ ସିତାପୁର ଜିଲ୍ଲାରେ ଗତ ବୁଧବାର 13 ବର୍ଷୀୟ ନାବାଳିକାକୁ 2 ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଥିସହ ଅନ୍ୟ ଚାରିଜଣ ଏହି ଘଟଣାର ଭିଡିଓ ରେକର୍ଡ କରିଥିବା ପୋଲିସ କହିଛି।
ସୂଚନା ଅନୁଯାୟୀ, ଜିଲ୍ଲାର ମିସ୍ରିକ ପୋଲିସ ଷ୍ଟେସନ ନିକଟରେ ବିଳମ୍ବିତ ରାତି ପ୍ରାୟ 2ଟା ସମୟରେ ଏହି ଘଟଣା ଘଟିଥିବା ପୋଲିସ କହିଛି । ନାବାଳିକା ଘର ବାହାରକୁ ଯାଇ ଫେରୁଥିବା ବେଳେ ବାଟରେ ତାଙ୍କୁ 6 ଜଣ ଯୁବକ ଏକ ସ୍କୁଲଘର ଭିତରକୁ ନେଇଯାଇଥିଲେ । ଯେଉଁଠାରେ ଦୁଇ ଜଣ ଯୁବକ ଗଣଦୁଷ୍କର୍ମ କରିବା ସହ ଅନ୍ୟ ଚାରିଜଣ ଯୁବକ ଏହାର ଭିଡିଓ କରିଥିଲେ ।
ବର୍ତ୍ତମାନ ସମସ୍ତ 6 ଜଣଙ୍କୁ ପୋଲିସ ଗିରଫ କରି ମାମଲା ରୁଜୁ କରିଛି । ଏପଟେ ପିଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି ବୋଲି ପୋଲିସ୍ ଅଧୀକ୍ଷକ ଏଲ୍ ଆର କୁମାର କହିଛନ୍ତି ।