ETV Bharat / bharat

କୋଲକାତା ଧୁପଗୁରୀରେ ଭୟଙ୍କର ସଡ଼କ ଦୁର୍ଘଟଣା, 14 ମୃତ

ପଶ୍ଚିମବଙ୍ଗ ଜଲପାଇଗୁରି ଜିଲ୍ଲାର ଧୁପଗୁରୀ ସହରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଘଟଣାରେ 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଘନ କୁହୁଡ଼ି କାରଣରୁ ଦୁର୍ଘଟଣା ହୋଇଥିବା ଜଣାଯାଇଛି । ଅଧିକ ପଢନ୍ତୁ...

author img

By

Published : Jan 20, 2021, 8:19 AM IST

Updated : Jan 20, 2021, 12:34 PM IST

କୋଲକାତା ଧୁପଗୁରୀ ସହରରେ ଭୟଙ୍କର ସଡ଼କ ଦୁର୍ଘଟଣା, 13 ମୃତ

କୋଲକାତା: ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ଜଲପାଇଗୁରି ଜିଲ୍ଲାର ଧୁପଗୁରୀ ସହରରେ ଭୟଙ୍କର ସଡ଼କ ଦୁର୍ଘଟଣା । ତେବେ ଘନ କୁହୁଡ଼ି କାରଣରୁ ଏକ ପଥର ବୋଝେଇ ଟ୍ରକ, ମାରୁତି ଭ୍ୟାନ ଏବଂ ଟାଟା ମ୍ୟାଜିକ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଏହି ଦୁର୍ଘଟଣାରେ 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 17 ଜଣ ଗୁରୁତର ।

କୋଲକାତା ଧୁପଗୁରୀରେ ଭୟଙ୍କର ସଡ଼କ ଦୁର୍ଘଟଣା, 13 ମୃତ

ତେବେ ଏହି ଦୁର୍ଘଟଣା ମୈନାଗୁରୀ ଧୁପଗୁରୀ ଅଭିମୁଖେ ଯାଉଥିବା ଜାତୀୟ ରାଜପଥ 31ରେ ଜଲଢାକା ବ୍ରିଜ ପାର୍ଶ୍ବରେ ଘଟିଥିଲା। ସୂଚନାପାଇ ପୋଲିସ ଫୋର୍ସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଏପଟେ ଟ୍ବିଟ କରି ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁର୍ଘଟଣାରେ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଓ ଗୁରୁତରଙ୍କୁ ସହାୟତା ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ମଧ୍ୟ ଘଟଣାରେ ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

Last Updated : Jan 20, 2021, 12:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.