ETV Bharat / bharat

ୟୁପିରେ ନୂଆ 125 ମାମଲା, 1000 ଅଭିମୁଖେ ରାଜ୍ୟ

ଶନିବାର ୟୁପିରେ ନୂଆ 125ଟି ମାମଲା ସାମନାକୁ ଆସିଛି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 974 ଛୁଇଁଛି । ଅଧିକ ପଢନ୍ତୁ...

author img

By

Published : Apr 19, 2020, 1:09 AM IST

ୟୁପିରେ ନୂଆ 125 ମାମଲା, 1000 ଅଭିମୁଖେ ରାଜ୍ୟ
ୟୁପିରେ ନୂଆ 125 ମାମଲା, 1000 ଅଭିମୁଖେ ରାଜ୍ୟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କୋରୋନା ସ୍ଥିତି ଭୟଙ୍କର ରୂପ ନେଇଛି । ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା 1000 ଅଭିମୁଖେ ଅଗ୍ରସର ହୋଇଛି । ଯାହା ଯୋଗୀ ସରକାର ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ଶନିବାର ୟୁପିରେ ନୂଆ 125ଟି ମାମଲା ସାମନାକୁ ଆସିଛି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 974 ଛୁଇଁଛି । ପରିସ୍ଥିତିର ଭୟାବହତାକୁ ଦେଖିଲେ ରବିବାର ଏହା 1000 ପାର କରିବାର ସମ୍ଭାବନା ରହିଛି । ପୂର୍ବରୁ ମହାରାଷ୍ଟ୍ର, ତାମିଲନାଡୁ, ରାଜସ୍ଥାନ, ଦିଲ୍ଲୀ ପ୍ରଭୃତି ରାଜ୍ୟରେ ପଜିଟିଭ ସଂଖ୍ୟା 1000 ପାର କରିସାରିଛି ।

ଏହାସହ 108 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଗତ 24 ଘଣ୍ଟାରେ 26 ଜଣ ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏମାନଙ୍କୁ ହସ୍ପିଟାଲରୁ ଛାଡ କରାଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେହିପରି 14 ଜଣଙ୍କର ଏବେ ଯାଏଁ କୋରୋନାରେ ମୃତ୍ୟୁ ହୋଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.