ETV Bharat / bharat

ୟୁପିରେ 1200 କଏଦୀ କୋରୋନା ଆକ୍ରାନ୍ତ - 1200 କଏଦୀ କୋରୋନା ଆକ୍ରାନ୍ତ

ଜେଲ ପ୍ରଶାସନ ଏବଂ ସଂସ୍କାର ସେବା ମହାନିର୍ଦ୍ଦେଶକ ଆନନ୍ଦ କୁମାରଙ୍କ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟର ଅସ୍ଥାୟୀ ଏବଂ ସ୍ଥାୟୀ ଜେଲରେ ପ୍ରାୟ 5000 କର୍ମଚାରୀ ସମେତ 1 ଲକ୍ଷ 40 ହଜାର କୋରୋନା ପରୀକ୍ଷା କରାଯାଇଛି । ଯେଉଁଥିରେ 7,000ରୁ ଅଧିକ ଲୋକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ୟୁପିରେ  1200  କଏଦୀ କୋରୋନା ଆକ୍ରାନ୍ତ
ୟୁପିରେ 1200 କଏଦୀ କୋରୋନା ଆକ୍ରାନ୍ତ
author img

By

Published : Sep 28, 2020, 11:16 AM IST

ଲକ୍ଷ୍ନୌ: 1200 କଏଦୀ କୋରୋନା ଆକ୍ରାନ୍ତ । ଉତ୍ତରପ୍ରଦେଶରେ ଥିବା 71ଟି ଜେଲରେ 1,200 କଏଦୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଜେଲ ପ୍ରଶାସନ ଏବଂ ସଂସ୍କାର ସେବା ମହାନିର୍ଦ୍ଦେଶକ ଆନନ୍ଦ କୁମାରଙ୍କ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟର ଅସ୍ଥାୟୀ ଏବଂ ସ୍ଥାୟୀ ଜେଲରେ ପ୍ରାୟ 5000 କର୍ମଚାରୀ ସମେତ 1 ଲକ୍ଷ 40 ହଜାର କୋରୋନା ପରୀକ୍ଷା କରାଯାଇଛି । ଯେଉଁଥିରେ 7,000ରୁ ଅଧିକ ଲୋକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହ ସେ କହିଛନ୍ତି, ଗତ ଏକ ସପ୍ତାହ ମଧ୍ୟରେ ଫତେହଗଡ ସେଣ୍ଟ୍ରାଲ ଜେଲରେ 128 କଏଦୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଜେଲ୍ ବ୍ୟାରେଜରେ ଆଇସୋଲେସନରେ ରଖାଯାଇଛି।

ଫତେହଗଡ ସେଣ୍ଟାଲ ଜେଲର ବରିଷ୍ଠ ଅଧୀକ୍ଷକ ଏସ.ଏଚ.ଏମ ରିଜଭି କହିଛନ୍ତି ଯେ, ସେପ୍ଟେମ୍ବର 20ରେ ଜେଲରେ ପ୍ରଥମ କୋରୋନା ମାମଲା ରିପୋର୍ଟ ହୋଇଥିଲା । ସେହି ଦିନଠାରୁ 128 ଜଣ କଏଦୀ କୋରୋନା ସଂକ୍ରମିତ ହୋଇଛନ୍ତି। କଏଦୀଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ ପାଇଁ ଜେଲ ଭିତରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ତିନିଜଣ ମେଡିକାଲ ଷ୍ଟାଫ ନିୟୋଜିତ ହୋଇଛନ୍ତି ବୋଲି ସେ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.