ETV Bharat / bharat

ଟିକଟକ ଚ୍ୟାଲେଞ୍ଜ ନେଲା ବାଳକର ଜୀବନ

ଟିକଟକରେ ଭିଡିଓ ସୁଟ୍ କରି ନିଜ ହାତରେ ନିଜ ଜୀବନ ନେଲା 12 ବର୍ଷୀୟ ବାଳକ ।

ଫାଇଲ ଫଟୋ
author img

By

Published : Jun 22, 2019, 11:23 AM IST

କୋଟା: ଟିକଟକ୍ ନେଲା ଜୀବନ । ଗତ ଶୁକ୍ରବାର ଜଣେ 12 ବର୍ଷୀୟ ବାଳକ ଟିକଟକ୍ ଭିଡିଓ ସୁଟ୍ କରୁଥିବା ବେଳେ ଆତ୍ମହତ୍ୟା କରିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର କୋଟାରେ ।

ସୂଚନା ଅନୁଯାୟୀ, ରାଜସ୍ଥାନ କୋଟାର ଏକ 12 ବର୍ଷୀୟ ବାଳକ ଟିକଟିକ୍ ଭିଡିଓର ଏକ ଚ୍ୟାଲେଞ୍ଜକୁ ପୂରଣ କରିବା ପାଇଁ ନିଜ ବେକରେ ଚେନ୍ ଲଗାଇ ଆତ୍ମହତ୍ୟା କରିଛି । ଗତ ଶୁକ୍ରବାର ବିଳମ୍ବିତ ରାତିରେ ପରିବାରରେ ସମସ୍ତେ ଶୋଇପଡିବା ପରେ ମୃତ ବାଳକ ଜଣକ ସାରା ରାତି ଟିକଟକ୍ ଭିଡିଓ ସୁଟ୍ କରିଥିଲେ ।

ଏହାପରେ ସକାଳୁ ଉଠି ତାଙ୍କୁ ପରିବାର ଲୋକେ ଖୋଜାଖୋଜି କରି ନପାଇବାରୁ ତାଙ୍କ ବାର୍ଥରୁମକୁ ଯାଇଥିଲେ । ଏହାପରେ ସେମାନେ ନିଜ ପୁଅକୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ ।

ତେବେ ମୃତକଙ୍କ ପିତାଙ୍କ କହିବା ଅନୁଯାୟୀ, ସେ ଯେତେବେଳେ ବାର୍ଥରୁମକୁ ଗଲେ ତାଙ୍କ ପୁଅ ଏକ ଚେନ୍ରେ ମୃତ ଅବସ୍ଥାରେ ଝୁଲୁଥିଲା । ଏଥିସହ ସେ ନିଜ ବେକରେ ମଙ୍ଗଳସୂତ୍ର, ହାତରେ ଚୁଡି ପିନ୍ଧି ଥିଲା। ତେବେ ଏହା ଟିକଟକ୍ ଚ୍ୟାଲେଞ୍ଜର ଏକ ଅଂଶ ବୋଲି ସେ ଦାବି କରିଥିବା ବେଳେ ଏସବୁ କରିନଥିଲେ ତାଙ୍କ ପୁଅ ଆଜି ବଞ୍ଚିଥାନ୍ତା ବୋଲି ସେ କହିଥିଲେ ।

ଏପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.