ନୂଆଦିଲ୍ଲୀ: କାଗଜ ଓ ଅଠା ସାହାଯ୍ୟରେ ପ୍ରସ୍ତୁତ ହୋଇଗଲା ସୁନ୍ଦର ଏକ ଟ୍ରେନ ମଡେଲ । ସେ ପୁଣି ମାତ୍ର ତିନି ଦିନରେ । ଏହାକୁ ତିଆରି କରିଛନ୍ତି କେରଳ ଥ୍ରୁସୁର ଅଞ୍ଚଳର ଜଣେ 12 ବର୍ଷିୟ ବାଳକ ଆଦୈଥ କୃଷ୍ଣ। ସେ ସପ୍ତମ ଶ୍ରେଣୀରେ ପାଠ ପଢନ୍ତି । ବର୍ତ୍ତମାନ ଲକଡାଉନ ସମୟ ଚାଲିଛି। ପିଲାମାନେ ଘରେ ବସି ଏପରି ସୁନ୍ଦର ସୁନ୍ଦର ମଡେଲ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଶଂସା ସାଉଁଟୁଛନ୍ତି ।
ଆଦୈଥ କୃଷ ଏହି ଟ୍ରେନ ମଡେଲକୁ ପ୍ରସ୍ତୁତ କରିବା ପାଇଁ ମାତ୍ର ତିନି ଦିନ ସମୟ ନେଇଥିଲେ । ଏଥିପାଇଁ 33ଟି ପୁରୁଣା ଖବର କାଗଜ ଏବଂ 10ଟି A4 ସାଇଜ ପେପର ବ୍ୟବହାର କରି ଏହି ଲୋକୋମୋଟିଭ ମଡେଲ ପ୍ରସ୍ତୁତ କରିଛନ୍ତି । ଏହାକୁ ରେଳମନ୍ତ୍ରାଳୟ ଦେଖି ଖୁବ ପ୍ରଶଂସା କରି ‘ନିଅର ପର୍ଫେକ୍ସନ’ କହିଛନ୍ତି ।
ଏନେଇ ରେଳମନ୍ତ୍ରାଳୟ ପକ୍ଷରୁ ଏକ ଟ୍ବିଟ କରାଯାଇଛି । ସେ ଏହି ଫଟୋକୁ ଟ୍ବିଟ କରି ଲେଖିଛନ୍ତି, ‘12 ବର୍ଷର ଆଦୈଥ କୃଷ୍ଣ ନିଜ ପ୍ରଚେଷ୍ଟାରେ ସୃଜନଶୀଳ ଧାରାକୁ ଉନ୍ମୋଚନ କରିଛନ୍ତି ଏବଂ ଖବରକାଗଜ ବ୍ୟବହାର କରି ଏକ ଆକର୍ଷଣୀୟ ଟ୍ରେନ ମଡେଲ ତିଆରି କରିଛନ୍ତି । ଏହାକୁ ତିଆରି କରିବାକୁ ମାତ୍ର 3 ଦିନର ସମୟ ନେଇଥିଲେ ।’
ରେଳବାଇ ଏହି ଛାତ୍ରଙ୍କ ପ୍ରତିଭା ଦ୍ବାରା ପ୍ରଭାବିତ ହୋଇ ମଡେଲ୍ର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫେସବୁକରେ ଏହାକୁ 6,600 ଥର ଲାଇକ ଏବଂ ଟ୍ବିଟରରେ 1400 ଥର ପସନ୍ଦ କରାଯାଇଛି । ତେବେ ଏହି ଭିଡିଓରେ ସଂକ୍ଷେପରେ ଦର୍ଶାଯାଇଛି ଯେ ଏତେ କମ ସମୟରେ କିପରି ଏତେ ଚମତ୍କାରୀ ମଡେଲ ନିର୍ମାଣ କରିପାରିଛନ୍ତି କୁନି ବାଳକ ।