ETV Bharat / bharat

ରାଜସ୍ଥାନରେ ରିସର୍ଟ ପଲିଟିକ୍ସ ! ହୋଟେଲ ପହଞ୍ଚିଲେ କଂଗ୍ରେସର 12 ବିଧାୟକ

author img

By

Published : Jul 12, 2020, 7:32 PM IST

ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ପରେ ଏବେ ରାଜସ୍ଥାନରେ ଆରମ୍ଭ ହୋଇଛି ରିସର୍ଟ ପଲିଟିକ୍ସ । ରାଜସ୍ଥାନ କଂଗ୍ରେସର 12 ବିଧାୟକ ଏବେ ଗୁରୁଗ୍ରାମର ମାନେସର ସ୍ଥିତ ପଞ୍ଚତାରକା ହୋଟେଲ ଆଇଟିସି ଗ୍ରାଣ୍ଡରେ ଡେରା ଜମାଇଛନ୍ତି ।

 ରାଜସ୍ଥାନରେ ରାଜନୈତିକ ସଙ୍କଟ
ରାଜସ୍ଥାନରେ ରାଜନୈତିକ ସଙ୍କଟ

ଜୟପୁର: ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ପରେ ଏବେ ରାଜସ୍ଥାନରେ ଆରମ୍ଭ ହୋଇଛି ରିସର୍ଟ ପଲିଟିକ୍ସ । ରାଜସ୍ଥାନ କଂଗ୍ରେସର 12 ବିଧାୟକ ଏବେ ଗୁରୁଗ୍ରାମର ମାନେସର ସ୍ଥିତ ପଞ୍ଚତାରକା ହୋଟେଲ ଆଇଟିସି ଗ୍ରାଣ୍ଡରେ ଡେରା ଜମାଇଛନ୍ତି । ସେମାନେ ବିଜେପିକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହିସବୁ ବିଧାୟକ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମର୍ଥକ ବୋଲି ଜଣାପଡିଛି । ଏନେଇ ବିଶେଷ ସୂତ୍ରରୁ ଜଣାପଡିଛି ।

ସୂତ୍ର ଅନୁଯାୟୀ ପ୍ରାୟ 40 ଜଣ ବିଜେପି ବିଧାୟକ ମଧ୍ୟ ସମାନ ହୋଟେଲରେ ରହିଛନ୍ତି । କାରଣ ସେମାନେ ମଧ୍ୟ ଅସୁରକ୍ଷିତ ଏବଂ କଂଗ୍ରେସକୁ ସମର୍ଥନ କରିପାରନ୍ତି ବୋଲି ଶୀର୍ଷ ନେତୃତ୍ୱ ଅନୁଭବ କରୁଛନ୍ତି । ଏଥିଯୋଗୁଁ ବିଜେପିର 40 ବିଧାୟକଙ୍କୁ ହୋଟେଲରେ ରଖାଯାଇଥିବା ସେ କହିଛନ୍ତି ।

ଶନିବାର ସନ୍ଧ୍ୟାରେ ରାଜସ୍ଥାନ ଏବଂ ଦିଲ୍ଲୀର ବରିଷ୍ଠ ବିଜେପି ନେତାମାନେ ସେମାନଙ୍କୁ ଏହି ହୋଟେଲକୁ ଆଣିଥିଲେ ବୋଲି କୁହାଯାଉଛି । ତେବେ ଖବର ପାଇ ସଚିନ ପାଇଲଟ ଶନିବାର ସନ୍ଧ୍ୟାରେ ହିଁ ଏଠାରେ ବିଧାୟକଙ୍କୁ ଭେଟିଥିଲେ ବୋଲି ଜଣାପଡିଛି । ତେବେ ହୋଟେଲର ମୁଖ୍ୟ ପ୍ରବେଶ ପଥରୁ ପ୍ରାୟ 500 ମିଟର ଦୂରତାରେ ଏକ ବ୍ୟାରିକେଡ ସ୍ଥାପନ କରାଯାଇଛି । ଗମାଧ୍ୟମକୁ ହୋଟେଲ ଏବଂ ବିଧାୟକଙ୍କ ଠାରୁ ଦୂରେଇ ରଖିବାକୁ 12ରୁ ଅଧିକ ଲୋକଙ୍କୁ ନିୟୋଜିତ ମଧ୍ୟ କରାଯାଇଥିବା ଜଣାପଡିଛି ।

ସେପଟେ ଏନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଚିନ୍ତା ବଢ଼ିଯାଇଛି। ଆଜି ସକାଳରୁ ଗେହଲଟ୍ ନିଜ ବାସଭବନରେ କଂଗ୍ରେସ ବିଧାୟକ ଓ ମନ୍ତ୍ରୀମାନଙ୍କୁ ସାକ୍ଷାତ୍ କରୁଛନ୍ତି। କଂଗ୍ରେସର ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ଜୟପୁର ପହଞ୍ଚିବାକୁ କୁହାଯାଇଛି। ଗେହଲଟ୍ କଂଗ୍ରେସର ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇ ଆଜି ସନ୍ଧ୍ୟା ସୁଦ୍ଧା ଜୟପୁର ପହଞ୍ଚିବାକୁ କହିଛନ୍ତି। ସମସ୍ତେ ପହଞ୍ଚିବା ପରେ ଆସନ୍ତାକାଲି ସକାଳ 10:30 ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବାସଭବନରେ କଂଗ୍ରେସ ବିଧାନସଭା ଦଳର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ ଯେ, ରାଜସ୍ଥାନରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟରେ କଂଗ୍ରେସ ସରକାରଙ୍କୁ ଭାଙ୍ଗିବା ପାଇଁ ବିଜେପି ଷଡଯନ୍ତ୍ର ରଚୁଥିବା ଅଭିଯୋଗ କରିଛନ୍ତି। ବିଜେପି ୧୦ ରୁ ୧୫ କୋଟି ଟଙ୍କା ଦେଇ ରାଜସ୍ଥାନର କଂଗ୍ରେସ ଓ ନିର୍ଦ୍ଦଳୀୟ ବିଧାୟକଙ୍କୁ କିଣିବାକୁ ଉଦ୍ୟମ କରୁଥିବା ଗେହଲଟ କହିଛନ୍ତି। ସେପଟେ ପାଇଲଟ୍‌ ନିଜର ବିଧାୟକଙ୍କ ସହିତ ଦିଲ୍ଲୀରେ ଡେରା ପକାଇଛନ୍ତି। ତାଙ୍କ ସହିତ ୨୩ ରୁ ୨୪ ବିଧାୟକ ଥିବା କୁହାଯାଉଛି। ଅନ୍ୟପଟେ ଜୟପୁରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଶନିବାର ରାତିଠୁ ବିଧାୟକ, ନେତାଙ୍କ ସହିତ ମାରାଥନ ବୈଠକ ଜାରି ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.