ETV Bharat / bharat

ଦିଲ୍ଲୀରେ ଆଉ 12 ସିଆରପିଏଫ କର୍ମଚାରୀ କୋରୋନା ସଂକ୍ରମିତ, ମୋଟ ସଂଖ୍ୟା 64 - ସିଆରପିଏଫ କର୍ମଚାରୀ କୋରୋନା

ଦିଲ୍ଲୀରେ ନିୟୋଜିତ ଆଉ 12 ଜଣ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF) କର୍ମଚାରୀ କୋରୋନା ସଂକ୍ରମିତ ହୋଇଛନ୍ତି । ପାରାମିଲିଟାରୀ ଫୋର୍ସର କୋରୋନା ସଂକ୍ରମିତ କର୍ମଚାରୀଙ୍କ ସଂଖ୍ୟା ସାରା ଦେଶରେ 64ରେ ପହଞ୍ଚିଛି । ଅଧିକ ପଢନ୍ତୁ...

CRPF personnel
ଦିଲ୍ଲୀରେ ଆଉ 12 ସିଆରପିଏଫ କର୍ମଚାରୀ କୋରୋନା ସଂକ୍ରମିତ, ମୋଟ ସଂଖ୍ୟା 64
author img

By

Published : May 1, 2020, 10:44 PM IST

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ରିପୋର୍ଟ ବୃଦ୍ଧି ପାଉଥିବା ବେଳେ ଯବାନ ମାନେ କୋରୋନା ସଂକ୍ରମିତ ହେବା ଚିନ୍ତାଜନକ ପାଲଟିଛି । ଦିଲ୍ଲୀରେ ନିୟୋଜିତ ଆଉ 12 ଜଣ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF) କର୍ମଚାରୀ କୋରୋନା ସଂକ୍ରମିତ ହୋଇଛନ୍ତି । ପାରାମିଲିଟାରୀ ଫୋର୍ସର କୋରୋନା ସଂକ୍ରମିତ କର୍ମଚାରୀଙ୍କ ସଂଖ୍ୟା ସାରା ଦେଶରେ 64ରେ ପହଞ୍ଚିଛି । ସମସ୍ତ 12 ସଂକ୍ରମିତ କର୍ମଚାରୀ ପୂର୍ବ ଦିଲ୍ଲୀର ମୟୂର ବିହାର ଠାରେ ସିଆରପିଏଫର 31 ତମ ବାଟାଲିୟନର ଅଟନ୍ତି । ବାଟାଲିୟନର ବେସ୍ କ୍ୟାମ୍ପଠାରୁ ସାମାନ୍ୟ ଦୂରରେ, ସେମାନେ ମାଣ୍ଡବାଲିର ଏକ ସରକାରୀ କେନ୍ଦ୍ରରେ କ୍ବାରେନଣ୍ଟାଇନରେ ରହିଛନ୍ତି ।

ଏହାପୂର୍ବରୁ, 117 ସିଆରପିଏମ କର୍ମଚାରୀଙ୍କ କୋରୋନା ପରୀକ୍ଷା ହୋଇଥିଲା । ଦିଲ୍ଲୀରେ ସଂକ୍ରମିତ ସିଆରପିଏଫ କର୍ମଚାରୀଙ୍କ ସଂଖ୍ୟା ବର୍ତ୍ତମାନ 63 | ରାପିଡ୍ ଆକ୍ସନ୍ ଫୋର୍ସ (RAF) ର 194 ତମ ବାଟାଲିୟନର ଜଣେ ସିଆରପିଏଫ ଯବାନ ଏହି ମାସ ଆରମ୍ଭରେ ଅହମ୍ମଦାବାଦରେ କୋରୋନା ସଂକ୍ରମିତ ହୋଇଥିଲେ ।

ପାରାମିଲିଟାରୀର ଜଣେ 55 ବର୍ଷୀୟ ସବ୍-ଇନ୍ସପେକ୍ଟର ମଙ୍ଗଳବାର କୋରୋନା କାରଣରୁ ମୃତ୍ୟୁବରଣ କରିଥିଲେ । ଜାତୀୟ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା କୋରନାରେ ସଂକ୍ରମଣ ରିପୋର୍ଟ 3515 ରହିଛି । ଏହାସହ 1100 ଲୋକ ଡିସଚାର୍ଜ ହୋଇଛନ୍ତି । ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା 2362 ଆକ୍ଟିଭ କେସ ରହିଥିବା ବେଳେ 59 ଲୋକଙ୍କ ମୃତ୍ୟୁ ହୋଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.