ରାୟପୁର: ଛତିଶଗଡ଼ର ରାଜନନ୍ଦାଗାଓଁ ଜିଲ୍ଲାର ଡୋଙ୍ଗରଗଡ଼ ଅଞ୍ଚଳରେ ରହିଛି ମାତା ବମଲେଶ୍ବରୀଙ୍କ ପୀଠ । ଏହି ପୀଠ ରାଜ୍ୟର ପ୍ରମୁଖ ଶକ୍ତିପୀଠ ମଧ୍ୟରେ ପରିଗଣିତ ହୋଇଥାଏ । ତେବେ ଦଶହରା ଏବଂ ନବରାତ୍ରୀ ସମୟରେ ଏହି ପୀଠର ମହତ୍ତ୍ବ ବଢିଯାଇଥାଏ । ଫଳରେ ମା’ ବମଲେଶ୍ବରୀଙ୍କ ଦର୍ଶନ ପାଇଁ ରାଜ୍ୟର କୋଣଅନୁକୋଣରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ତେବେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ନବରାତ୍ର ଉତ୍ସବରେ ଏହି ପୀଠକୁ ପାଖାପାଖି 13 ଲକ୍ଷ ଶ୍ରଦ୍ଧାଳୁ ଆସିଥିବା ଜଣାପଡ଼ିଛି । ଏହା ସହିତ ଏହି ସଂଖ୍ୟା ସର୍ବକାଳୀନ ରେକର୍ଡ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଏନେଇ ମନ୍ଦିର ଟ୍ରଷ୍ଟର ସଦସ୍ୟ ନବନୀତ ତିଓ୍ବାରୀ କହିଛନ୍ତି କି, ଏହି ପୀଠକୁ ଚଳିତ ବର୍ଷ ପ୍ରାୟ 12 ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ମାତାଙ୍କ ଦର୍ଶନ ପାଇଁ ଆସିଛନ୍ତି । ଏହା ସହିତ ସେମାନେ ପ୍ରାୟ 44 ଲକ୍ଷ ଟଙ୍କା ଦାନ କରିଛନ୍ତି । ଦାନବାକ୍ସରୁ ଏହି ଅର୍ଥକୁ ବାହାର କରିବା ପରେ ମନ୍ଦିରର ଆୟ ବ୍ୟୟ ସମ୍ପର୍କରେ ସୂଚନା ଦିଆଯିବ ବୋଲି ସେ କହିଥିଲେ ।
ସେହିଭଳି ସେ ଆହୁରି ମଧ୍ୟ କହିଛନ୍ତି କି, ଚଳିତ ବର୍ଷ ବିଦେଶରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଏଠାକୁ ଆସିଥିବା ଜଣାପଡ଼ିଛି । ସେମାନେ ମୋଟ ଅଙ୍କର ଦାନ ବାକ୍ସରେ ଦାନ ଦେଇଥିବା ଜଣାପଡ଼ିଛି । ବିଗତ 5 ବର୍ଷ ମଧ୍ୟରେ ଚଳିତ ବର୍ଷ ଶ୍ରଦ୍ଧାଳୁମାନେ ସର୍ବାଧିକ ଦାନ କରିଥିବା ଜଣାପଡ଼ିଛି ।
ଏହି ଅର୍ଥକୁ ମନ୍ଦିରର ଉନ୍ନତିକରଣ ଦିଗରେ ବ୍ୟୟ କରିବ ବୋଲି ନବନୀତ କହିଛନ୍ତି । ସେ କହିଛନ୍ତି କି, ମନ୍ଦିରର ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଅନେକ ସୁବିଧାକୁ ଉପଲବ୍ଧ କରାଯିବ । ଏପରିକି ଅନ୍ୟାନ୍ୟ ସୁବିଧା ଦିଗରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହିତ ବଡ଼ ପଦକ୍ଷେପ ଟ୍ରଷ୍ଟ ଦ୍ବାରା ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।