ETV Bharat / bharat

ବାଂଲାଦେଶରେ 'ଫନି' ନେଲାଣି 12 ଜୀବନ - heavy cyclone

ସାମୁଦ୍ରିକ ଝଡ 'ଫନି' ର କରାଳ ରୂପ ବାଂଲାଦେଶରେ ଦେଖିବାକୁ ମିଳିଛି । ଏହା ଯୋଗୁଁ ସେଠାରେ 12 ଜଣଙ୍କ ମୃତ୍ୟୁ ଘଟିଛି। ଯୁଦ୍ଧକାଳୀନ ଭିତ୍ତିରେ ଏଭଳି ସାମୁଦ୍ରିକ ଝଡର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ସେଠାକାର ସରକାର।

ପ୍ରତୀକାତ୍ମକ ଫଟୋ
author img

By

Published : May 4, 2019, 4:07 PM IST

ଢାକା: ଓଡିଶା ଏବଂ ପଶ୍ଚିମବଙ୍ଗରେ ପ୍ରଳୟ ରଚିଥିବା ସାମୁଦ୍ରିକ ଝଡ 'ଫନି' ର କରାଳ ରୂପ ଏବେ ବାଂଲାଦେଶରେ ଦେଖିବାକୁ ମିଳିଛି । ଏହାର ପ୍ରକୋପରେ ସେଠାରେ 12 ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଏହାର ପ୍ରଭାବ ଅପରାହ୍ନ ପର୍ଯ୍ୟନ୍ତ ଅନୁଭୂତ ହେବା ନେଇ ପୂର୍ବାନୁମାନ କରାଯାଇଛି।

ଏହି ସାମୁଦ୍ରିକ ଝଡର ପ୍ରଭାବରେ ସମଗ୍ର ବାଂଲାଦେଶରେ ଲଗାଣ ବର୍ଷା ଜାରି ରହିଛି ବୋଲି ପାଣିପାଗ ବିଭାଗ ଜଣାଇଛି। ଶନିବାର ସକାଳୁ ଏହା ପଶ୍ଚିମବଙ୍ଗରୁ ଏହା ବାଂଲାଦେଶ ଅଭିମୁଖେ ଅଗ୍ରସର ହୋଇଥିଲା। ଦେଶର ନୋୟାଖୋଲି ଅଞ୍ଚଳରେ 5 ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।
ଅନ୍ୟପଟେ ଗୃହଯୁଦ୍ଧ କାରଣରୁ ନିଜ ଦେଶ ମିଆଁମାର ଛାଡି ପଡୋଶୀ ବାଂଲାଦେଶରେ ଆଶ୍ରୟ ନେଇଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସ୍ଥିତି ଉପରେ ନଜର ରଖିଛି ମିଳିତ ଜାତିସଂଘ। ପ୍ରାୟ10 ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ବିଦେଶରେ ଶରଣାର୍ଥୀ ଜୀବନ ବିତାଉଛନ୍ତି।

ବିଗତ ଦଶନ୍ଧିରେ ବାଂଲାଦେଶରେ ଅନୁଭୂତ ହୋଇଥିବା ସାମୁଦ୍ରିକ ଝଡ ମଧ୍ୟରୁ 'ଫନି' ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି। ଏହାର ମୁକାବିଲା ପାଇଁ ବାଂଲାଦେଶର 19ଟି ଜିଲ୍ଲାରେ 4071ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି। ଏହା ସହିତ ପ୍ରାୟ 22ରୁ 25 ଲକ୍ଷ ଲୋକଙ୍କୁ ସେଠାକୁ ସ୍ଥାନାନ୍ତର କରାଯାଇଛି।

ଯୁଦ୍ଧକାଳୀନ ଭିତ୍ତିରେ ଏଭଳି ସାମୁଦ୍ରିକ ଝଡର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ସେଠାକାର ସରକାର। ଏଥିପାଇଁ 56 ହଜାର ଲୋକଙ୍କୁ ନିୟୋଜିତ କରାଯାଇଛି। ଏମାନଙ୍କ ମଧ୍ୟରେ ପୋଲିସ, ନୈବାହିନୀ, କୋଷ୍ଟଗାର୍ଡ, ଅଗ୍ନିଶମ ବାହିନୀ, ସ୍ୱେଚ୍ଛାସେବୀ, ସ୍ଥାନୀୟ ଜନପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନ ସହ ଜଡିତ ଅଧିକାରୀ ଉଦ୍ଧାର ଅଭିଯାନରେ ସାମିଲ ଅଛନ୍ତି।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.