କୋଲକାତା: ପଡୋଶୀ ପଶ୍ଚିମବଙ୍ଗରେ 12 ଜଣ ବଙ୍ଗୀୟ କଳାକାର ବିଜେପିରେ ଯୋଗଦାନ କରିଛନ୍ତି । କଳାକାର ଗୁରୁବାର ପାର୍ଟି ନେତା ମୁକୁଲ ରାୟ ଓ ଦିଲୀପ ଘୋଷଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି।
ରିଷି କୌଶିକ, କାଞ୍ଚନା ମୋଇତ୍ର, ରୁପାଞ୍ଜନା ମିତ୍ର ଓ ବିଶ୍ୱଜିତ ଗାଙ୍ଗୁଲୀଙ୍କ ସମେତ ଆଉକିଛି କଳାକାର ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି। ସେମାନଙ୍କର ବିଜେପିରେ ଯୋଗଦାନ ପରେ ଦିଲୀପ ଘୋଷ ସେମାନଙ୍କୁ ଦଳକୁ ସ୍ବାଗତ କରିବା ସହିତ ରାଜ୍ୟର ଲୋକେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଓ ବିକାଶମୁଖୀ କାର୍ଯ୍ୟରେ ପ୍ରେରିତ ହୋଇଥିବା କହିଛନ୍ତି ।