ETV Bharat / bharat

କୋରୋନା ବିପଦ: ଜମ୍ମୁ-କାଶ୍ମୀରରେ 118ପଜେଟିଭ ରିପୋର୍ଟ

author img

By

Published : Apr 7, 2020, 9:25 PM IST

କୋଭିଡ-19 ଉପରେ ଦୈନିକ ବୁଲେଟିନ୍ ଅନୁଯାୟୀ ଜମ୍ମୁ-କାଶ୍ମୀରରେ ମଙ୍ଗଳବାର 125ଟି ପଜିଟିଭ୍ ମାମଲା ମଧ୍ୟରୁ 118 ଟି ଆକ୍ଟିଭ ପଜିଟିଭ୍ ରିପୋର୍ଟ ରହିଛି । 4ଜଣ ସୁସ୍ଥ ହୋଇଥିବାବେଳେ 3ଜଣଙ୍କର ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ଶ୍ରୀନଗର: କୋରୋନା ଏବେ ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି । ମଙ୍ଗଳବାର ଜମ୍ମୁ-କାଶ୍ମୀର ପ୍ରଶାସନ 37,713 ଲୋକଙ୍କୁ ସର୍ଭିଲାନ୍ସରେ ରଖିଥିବା ସୂଚନା ଦେଇଛି । କୋଭିଡ-19 ଉପରେ ଦୈନିକ ବୁଲେଟିନ୍ ଅନୁଯାୟୀ ଜମ୍ମୁ-କାଶ୍ମୀରରେ ମଙ୍ଗଳବାର 125ଟି ପଜିଟିଭ୍ ମାମଲା ମଧ୍ୟରୁ 118ଟି ଆକ୍ଟିଭ ପଜିଟିଭ୍ ରିପୋର୍ଟ ରହିଛି । 4ଜଣ ସୁସ୍ଥ ହୋଇଥିବାବେଳେ 3 ଜଣଙ୍କର ମୃତ୍ୟୁ ହୋଇଛି।

ଏଥିସହ 9,209 ଲୋକ ସରକାରୀ ସୁବିଧାରେ ଆଇସୋଲେସନରେ ରହିଛନ୍ତି । 567 ଜଣ ହସ୍ପିଟାଲରେ କ୍ବାରେଣ୍ଟାଇନରେ ରହିଛନ୍ତି । 118ଜଣ ଡାକ୍ତରଖାନା ଆଇସୋଲେସନରେ ଓ 20,735 ଜଣଙ୍କ ଘରେ ସର୍ଭିଲାନ୍ସରେ ରହିଛନ୍ତି ।

ଏହା ବ୍ୟତୀତ 7,084 ଲୋକ 28 ଦିନିଆ ନୀରିକ୍ଷଣ ସମାପ୍ତ କରିଛନ୍ତି। ପରୀକ୍ଷା ପାଇଁ ପଠାଯାଇଥିବା 1,900 ନମୁନା ମଧ୍ୟରୁ 1,763 ପରୀକ୍ଷା ନେଗେଟିଭ ଓ 12ଟିର ରିପୋର୍ଟକୁ ଅପେକ୍ଷା କରାଯାଇଛି |

ଜରୁରୀକାଳୀନ ପରିସ୍ଥିତିରେ ଲୋକମାନେ ଟୋଲ ଫ୍ରି ନମ୍ବର 108କୁ କଲ କରି 24x7 ମାଗଣା ଆମ୍ବୁଲାନ୍ସ ସେବା ପାଇପାରିବେ। ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ସେବା ପାଇଁ ଟୋଲ ଫ୍ରି ନମ୍ବର 102 ଡାଏଲ କରି ମାଗଣା ଆମ୍ବୁଲାନ୍ସ ସେବା ପାଇପାରିବେ।

କୋରୋନାଭାଇରସରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପ୍ରଶ୍ନଗୁଡିକର ପ୍ରତିକ୍ରିୟା ପାଇଁ ଏକ 24x7 ଟୋଲ୍ ଫ୍ରି ଜାତୀୟ ହେଲ୍ପଲାଇନ ନମ୍ବର 1075 କୁ ସକ୍ରିୟ କରାଯାଇଛି |

@IANS ଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.