ETV Bharat / bharat

ଅଟାରୀ ୱାଘା ସୀମା ଦେଇ ପାକିସ୍ତାନରୁ ଫେରିଲେ 114 ଭାରତୀୟ

ଲକଡାଉନ ଯୋଗୁଁ ପାକିସ୍ତାନରେ ଫସି ରହିଥିବା 114 ଜଣ ଭାରତୀୟ ଗୁରୁବାର ଅଟାରୀ ୱାଘା ସୀମା ଦେଇ ଭାରତକୁ ଫେରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନ ସରକାରଙ୍କ ସହ ଆଲୋଚନା କରାଯିବା ପରେ ସେମାନଙ୍କୁ ଫେରାଇ ଅଣାଯାଇଛି। ଅଧିକ ପଢନ୍ତୁ...

author img

By

Published : Jul 9, 2020, 10:52 PM IST

ଅଟାରୀ ୱାଘା ସୀମା ଦେଇ ପାକିସ୍ତାନରୁ ଫେରିଲେ 114 ଭାରତୀୟ
ଅଟାରୀ ୱାଘା ସୀମା ଦେଇ ପାକିସ୍ତାନରୁ ଫେରିଲେ 114 ଭାରତୀୟ

ଚଣ୍ଡିଗଡ: ଲକଡାଉନ ଯୋଗୁଁ ପାକିସ୍ତାନରେ ଫସି ରହିଥିବା 114 ଜଣ ଭାରତୀୟ ଗୁରୁବାର ଅଟାରୀ ୱାଘା ସୀମା ଦେଇ ଭାରତକୁ ଫେରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନ ସରକାରଙ୍କ ସହ ଆଲୋଚନା କରାଯିବା ପରେ ସେମାନଙ୍କୁ ଫେରାଇ ଅଣାଯାଇଛି। ସେହିପରି ଭାରତରେ ଫସି ରହିଥିବା 82 ଜଣ ପାକିସ୍ତାନ ନାଗରିକଙ୍କୁ ଗୁରୁବାର ସକାଳେ ପାକିସ୍ତାନ ପଠାଯାଇଛି ।

ପାକିସ୍ତାନରୁ ଭାରତ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରେ ରାଜସ୍ଥାନରୁ 16 ଜଣ ରହିଥିବା ବେଳେ ଜାମ୍ମୁ କାଶ୍ମୀରରୁ 34, ପଞ୍ଜାବରୁ 10, ଉତ୍ତରପ୍ରଦେଶରୁ 12, ମହାରାଷ୍ଟ୍ରରୁ 6 , ଦିଲ୍ଲୀରୁ 14, ଗୁଜୁରାଟରୁ 10 ଜଣ, ମଧ୍ୟପ୍ରଦେଶରୁ 10 ଜଣ, ହରିୟାଣାରୁ ଜଣେ, ତେଲେଙ୍ଗାନାରୁ ଦୁଇଜଣ, କର୍ଣ୍ଣାଟକରୁ ଜଣେ, ଛତିଶଗଡରୁ ତିନି ଜଣ, ପଶ୍ଚିମବଙ୍ଗରୁ ଦୁଇଜଣ, ବିହାରରୁ ଜଣେ, ଉତ୍ତରାଖଣ୍ଡରୁ ଜଣେ ବ୍ୟକ୍ତି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଗୁଜୁରାଟର ଜଣେ ମହିଳା ଓ ଜଣେ ଯୁବକ ସୂର୍ଯ୍ୟଙ୍କର ତାପମାତ୍ରା ପ୍ରାୟ 108 ରହିଥିବାରୁ ସେମାନଙ୍କୁ ଅମୃତସରର ଗୁରୁ ନାନକ ଦେବ ଡାକ୍ତରଖାନାକୁ ପଠାଯାଇଥିଲା। ଭାରତ ଆସିଥିବା ସମସ୍ତ ନାଗରିକ ମାନଙ୍କୁ ଅମୃତସରର କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.