ETV Bharat / bharat

ଏବେ ସୁଦ୍ଧା 11300 ’ମେଡ ଇନ ଇଣ୍ଡିଆ’ ଭେଣ୍ଟିଲେଟର ପଠାଯାଇଛି: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ - ମେଡ ଇନ ଇଣ୍ଡିଆ

ପିଏମ କେୟାର୍ସ ଫଣ୍ଠରୁ ’ମେଡ ଇନ ଭେଣ୍ଟିଲେଟର’ ପ୍ରସ୍ତୁତ କରାଯାଉଛି । ଏଥିରୁ ଏଯାବତ 11 ହଜାର 300 ଭେଣ୍ଟିଲେଟର ବିଭିନ୍ନ ହସ୍ପିଟାଲକୁ ବିତରଣ ହୋଇସାରିଛି । ଅଧିକ ପଢନ୍ତୁ...

ଏବେ ସୁଦ୍ଧା 11300 ’ମେଡ ଇନ ଇଣ୍ଡିଆ’ ଭେଣ୍ଟିଲେଟର ପଠାଯାଇଛି: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Jul 4, 2020, 4:35 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କେୟାର୍ସ ଅଧୀନରେ 50 ହଜାର ’ମେଡ ଇନ ଇଣ୍ଡିଆ ଭେଣ୍ଟିଲେଟର’ ପ୍ରସ୍ତୁତ କରାଯାଉଛି । ବର୍ତ୍ତମାନ ସୁଦ୍ଧା 11 ହଜାର 300 ’ମେଡ ଇନ ଇଣ୍ଡିଆ ଭେଣ୍ଟିଲଟର’ ବିଭିନ୍ନ ହସ୍ପିଟାଲକୁ ପଠାଯାଇଛି । ଏନେଇ ଶନିବାର ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।

କେବଳ ଭେଣ୍ଟିଲେଟର ନୁହେଁ 1.02 ଲକ୍ଷ ଅକ୍ସିଜେନ ସିଲିଣ୍ଡର ମଧ୍ୟ ବିଭିନ୍ନ ଡାକ୍ତରଖାନାକୁ ଯୋଗାଇ ଦିଆଯିବ । ଦେଶବ୍ୟାପୀ 72 ହଜାର 293ଟି ସିଲିଣ୍ଡର ବିତରଣ କରାଯାଇଛି । ପାଖାପାଖି 6,12କ କୋଟିର ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଔଷଧ ମଧ୍ୟ ଦିଆଯାଇଥିବା କହିଛନ୍ତି ହର୍ଷବର୍ଦ୍ଧନ ।

ଶନିବାର ଦେଶରେ ସର୍ବାଧିକ ଦିନିକିଆ ରେକର୍ଡ ଭାଙ୍ଗିଲା କୋରୋନା । ଗତ 24 ଘଣ୍ଟାରେ ଦେଶରେ 22 ହଜାର 771 ଚିହ୍ନଟ ହୋଇଛି । ଫଳରେ ଦେଶରେ ବର୍ତ୍ତମାନ ମୋଟ ସଂକ୍ରମିତ ମାମଲା 6 ଲକ୍ଷ 48 ହଜାର 353ରେ ପହଞ୍ଚିଛି । ସେଥିରୁ 2 ଲକ୍ଷ 35 ହଜାର 433 ଟି ମାମଲା ସକ୍ରିୟ ରହିଛି । ଆଶ୍ବସ୍ତିର ଖବର 3 ଲକ୍ଷ 94 ହଜାର 227 ଜଣ ସୁସ୍ଥ ହୋଇସାରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.