ETV Bharat / bharat

ଦିଲ୍ଲୀରେ ବଦଳିଲା ଜରୁରୀକାଳୀନ ସେବା ସହାୟତା ନମ୍ବର

author img

By

Published : Sep 25, 2019, 9:56 PM IST

ଏବେ ଦିଲ୍ଲୀବାସୀଙ୍କୁ ୧୦୦ ପରିବର୍ତ୍ତେ ୧୧୨ ନମ୍ବରରେ କଲ କଲେ ଆବଶ୍ୟକତା ଅନୁସାରେ ସହାୟତା ପ୍ରଦାନ କରାଯିବ । ଏତଦ୍‌ବ୍ୟତୀତ ପୁରୁଣା ନମ୍ବର ମଧ୍ୟ କାର୍ଯ୍ୟକ୍ଷମ ରହିବ ବୋଲି ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଳୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର । ଏଣିକି କୌଣସି ପ୍ରକାର ଜରୁରୀକାଳୀନ ପରିସ୍ଥିତିରେ ସହାୟତା ପାଇଁ ଅଲଗା ଅଲଗା ନମ୍ବର ଡାଏଲ କରିବାକୁ ପଡିବ ନାହିଁ । ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ କିମ୍ବା ପୋଲିସ ସହାୟତା ପାଇଁ ଭିନ୍ନ ଭିନ୍ନ ନମ୍ବର ମନେ ରଖିବା ତଥା ଡାଏଲ କରିବା ଆବଶ୍ୟକତା ନାହିଁ । ବୁଧବାର ଠାରୁ ଦିଲ୍ଲୀ ପୋଲିସ ସହାୟତା ନମ୍ବର ବଦଳି କରାଯାଇଛି । ଏବେ ଦିଲ୍ଲୀବାସୀଙ୍କୁ ୧୦୦ ପରିବର୍ତ୍ତେ ୧୧୨ ନମ୍ବରରେ କଲ କଲେ ଆବଶ୍ୟକତା ଅନୁସାରେ ସହାୟତା ପ୍ରଦାନ କରାଯିବ । ଏତଦ୍‌ବ୍ୟତୀତ ପୁରୁଣା ନମ୍ବର ମଧ୍ୟ କାର୍ଯ୍ୟକ୍ଷମ ରହିବ ବୋଲି ସୂଚନା ଦିଆଯାଇଛି ।

112-helpline-number-launched
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବୁଧବାର କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଜି କିଶାନ ରେଡ୍ଡି ଜାତୀୟ ରାଜଧାନୀ ଦିଲ୍ଲୀରେ ଏମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମର ଶୁଭାରମ୍ଭ କରିଛନ୍ତି । ଏଣିକି ଦିଲ୍ଲୀବାସୀଙ୍କ ସୁବିଧା ପାଇଁ ପୋଲିସ ସହାୟତା ନମ୍ବର (୧୦୦), ଅଗ୍ନିଶମ (୧୦୧) ଏବଂ ଆମ୍ବୁଲାନ୍ସ (୧୦୮), ମହିଳାଙ୍କ ପାଇଁ(1091), ବରିଷ୍ଠ ନାଗରିକ ସହାୟତା ନମ୍ବର(1291) ସମସ୍ତ ଜରୁରୀକାଳୀନ ନମ୍ବରକୁ କଲ କରିବାକୁ ପଡିବ ନାହିଁ । ଏହା ପୂର୍ବରୁ ବିଭିନ୍ନ ଜରୁରୀକାଳୀନ ସେବା ପାଇଁ ୨୦ରୁ ଊର୍ଦ୍ଧ୍ବ ନମ୍ବର ଥିଲା ।

ଦିଲ୍ଲୀର ଶାଲିମାର ବାଗ ଅଞ୍ଚଳରେ 112ର କଣ୍ଟ୍ରୋଲ ରୁମ ରହିଛି । ଏହା ଦିଲ୍ଲୀ ପୋଲିସ ଦ୍ବାରା ପରିଚାଳିତ ହେବ । ଏହି କଣ୍ଟ୍ରୋଲ ରୁମକୁ କଲ ଆସିବା ପରେ ସମ୍ବନ୍ଧୀତ ବିଭାଗକୁ କଲ ଟ୍ରାନ୍ସଫର କରି ଦିଆଯିବ । ବର୍ତ୍ତମାନ ସମୟରେ ଏହି ନମ୍ବର ସହ ଦିଲ୍ଲୀ ପୋଲିସ, ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ସହ ସଂଯୋଗ କରାଯାଇଛି । ଖୁବଶୀଘ୍ର ଅନ୍ୟ ଜରୁରୀକାଳୀନ ନମ୍ବରକୁ ସଂଯୋଗ କରାଯିବ ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.