ETV Bharat / bharat

ଆରଜିଆଇରୁ 11 ଶହ ଗ୍ରାମର ସୁନା ଜବତ, ଜଣେ ଗିରଫ

ସମସଦାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ 11 ଶହ ଗ୍ରାମର 4 ପ୍ୟାକେଟର ସୁନା ପ୍ୟାକେଟ ଜବତ କରାଯାଇଛି । ଅଧିକ ପଢନ୍ତୁ...

Shamshabad Airport
ଆରଜିଆଇରୁ 11 ଶହ ଗ୍ରାମର ସୁନା ଜବତ
author img

By

Published : Feb 15, 2020, 2:00 PM IST

ହାଇଦ୍ରାବାଦ: ଦିନକୁ ଦିନ ତୀବ୍ର ମାତ୍ରାରେ ବୃଦ୍ଧି ପାଉଛି ସୁନା ତସ୍କରୀ । ବାରମ୍ବାର ବିମାନବନ୍ଦରରେ ତସ୍କରମାନେ ଧରା ପଡିବା ସତ୍ତ୍ବେ ଏହା ଥମିବାର ନାଁ ଧରୁନି । ଯାହାକୁ ନେଇ ପୁଣି ତେଲେଙ୍ଗାନାର ସମସଦାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ 11 ଶହ ଗ୍ରାମର 4 ପ୍ୟାକେଟର ସୁନା ପ୍ୟାକେଟ ଜବତ କରାଯାଇଛି ।

ଏହି ସୁନା ପ୍ୟାକେଟକୁ ରଖିଥିବା ଯାତ୍ରୀ ଜଣକ ହେଲେ ତାମିଲନାଡୁର ସେନ୍ଥିଲ କୁମାର । ସେ ସିଙ୍ଗାପୁରରୁ ହାଇଦ୍ରାବାଦକୁ ଆସୁଥିଲେ । ସେ ନିଜ ଜୋତା, ମୋଜା ଓ ଅନ୍ତଃବସ୍ତ୍ର ଭିତରେ ଉକ୍ତ ସୁନା ପ୍ୟାକେଟକୁ ଲୁଚାଇ ରଖିଥିଲେ । ତାଙ୍କ ଚାଲିବା ଶୈଳୀକୁ ସନ୍ଦେହ କରି ସୀମା ଶୁଳ୍କ ଅଧିକାରୀ ସେନ୍ଥଲୀଙ୍କୁ ଯାଞ୍ଚ କରିଥିଲେ । ଏହାପରେ ତାଙ୍କ ନିକଟରୁ ଏହି ସୁନା ମିଳିଥିଲା ।

ଘଟଣାରେ ସୀମା ଶୁଳ୍କ ଅଧିକାରୀଙ୍କ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.