ETV Bharat / bharat

ଡେରାଡୁନର 110 ସେନା କର୍ମଚାରୀ କୋରୋନା ପଜିଟିଭ୍: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ - 110-army-personnel-test-positive

ଆଜି ସର୍ବକାଳୀନ ରେକର୍ଡ ଭାଙ୍ଗିଛି ମହାମାରୀ। ତେବେ ଡେରାଡୁନରେ କୋଭିଡ୍ 19ରେ 110 ଜଣ ସେନା କର୍ମଚାରୀ ପଜିଟିଭ୍ ଆସିଛନ୍ତି। ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଡେରାଡୁନର 110 ସେନା କର୍ମଚାରୀ କୋରୋନା ପଜିଟିଭ୍: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

author img

By

Published : Jul 19, 2020, 11:05 AM IST

ଡେରାଡୁନ୍: ଦେଶରେ ବ୍ୟାପିଚାଲିଛି କୋରୋନା। ଆଜି ସର୍ବକାଳୀନ ରେକର୍ଡ ଭାଙ୍ଗିଛି ମହାମାରୀ। ତେବେ ଡେରାଡୁନରେ କୋଭିଡ୍ 19ରେ 110 ଜଣ ସେନା କର୍ମଚାରୀ ପଜିଟିଭ୍ ଆସିଛନ୍ତି। ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ କହିବାନୁସାରେ, ଗତ ଦୁଇ-ତିନି ଦିନ ମଧ୍ୟରେ 110 ମଧ୍ୟରୁ ପ୍ରାୟ 100 ଟି ମାମଲା ରେକର୍ଡ ହୋଇଛି। ଏହି ସମସ୍ତ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି, କଣ୍ଟାକ୍ଟ ଟ୍ରେସିଂ ସରିଛି। ତେଣୁ ଏନେଇ ବିଶେଷ ସମସ୍ୟା ଉପୁଜିବ ନାହିଁ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଉତ୍ତରାଖଣ୍ଡ 4,102 ପଜିଟିଭ୍ ମାମଲା ରିପୋର୍ଟ କରିଛି, ଯେଉଁଥିରେ 1,030 ସକ୍ରିୟ ମାମଲା, 3,021 ଆରୋଗ୍ୟ ଏବଂ ଜୁଲାଇ 18 ସୁଦ୍ଧା 51 ମୃତ୍ୟୁ ଘଟିଛି।

ଏହା ସହ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ 38 ହଜାର 902 କୋରୋନା ପଜିଟିଭ ରିପୋର୍ଟ ହୋଇଛି । ଏହାକୁ ମିଶାଇ ଦେଶରେ 10 ଲକ୍ଷ 77 ହଜାର 618ରେ ପହଞ୍ଚିଛି ପଜିଟିଭ୍ ମାମଲା।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅନୁଯାୟୀ, କୋଭିଡ୍ 19 ପାଇଁ ଜୁଲାଇ 17 ପର୍ଯ୍ୟନ୍ତ ସମୁଦାୟ 1,34,33,742 ନମୁନା ପରୀକ୍ଷା କରାଯାଇଛି। ଏବଂ ଶୁକ୍ରବାର ଦିନ 3,61,024 ନମୁନା ପରୀକ୍ଷା କରାଯାଇଛି।

ମହାରାଷ୍ଟ୍ରରେ ମୋଟ 2,92,589 ମାମଲା ଏବଂ 11,452 ମୃତ୍ୟୁ ଘଟିଥିବାବେଳେ ତାମିଲନାଡୁର 1,60,907 ମାମଲା ଏବଂ 2,315 ମୃତ୍ୟୁ ଘଟିଛି। ଏହି ଭୂତାଣୁ ଯୋଗୁଁ ସମୁଦାୟ 1,20,107 ମାମଲା ଏବଂ 3,571 ମୃତ୍ୟୁ ହୋଇଥିବା ଦିଲ୍ଲୀ ରିପୋର୍ଟ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.