ETV Bharat / bharat

କୁନି ହାତରେ ମହତ କାର୍ଯ୍ୟ, ଦାନ କଲେ 9.2 ଲକ୍ଷ

author img

By

Published : Apr 16, 2020, 4:09 PM IST

କୋଭିଡ-19 ମୁକାବିଲା ସାମିଲ କରିଛନ୍ତି ହାଇଦ୍ରାବାଦ ଜଣେ 11 ବର୍ଷର ବାଳିକା । ନିଜ ପକେଟ ମନି ସହ ଅନଲାଇନରେ ଲୋକଙ୍କ ଠାରୁ ସାହାଯ୍ୟ ପାଇଁ ନିବେଦନ କରି 9.2 ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡିଛି ।

କୁନି ହାତରେ ମହତ କାର୍ଯ୍ୟ, ଦାନ କଲେ 9.2 ଲକ୍ଷ
କୁନି ହାତରେ ମହତ କାର୍ଯ୍ୟ, ଦାନ କଲେ 9.2 ଲକ୍ଷ

ହାଇଦ୍ରାବାଦ: କଥାରେ ଅଛି ସାନ ସିନା ଦାନ ତା ମହାନ । ହଁ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରବାଦରେ । କୋଭିଡ-19 ମୁକାବିଲାରେ ଶିଳ୍ପପତି ଠୁ ଆରମ୍ଭ କରି ବଡ ବଡ ବ୍ୟବସାୟୀ ସରକାରଙ୍କୁ ସହଯୋଗ କରୁଛନ୍ତି । ସେଇଠି ଜଣେ 11 ବର୍ଷୀୟ ନାବାଳିକା ଏହି ଯୁଦ୍ଧରେ ନିଜକୁ ସାମିଲ କରି 9 ଲକ୍ଷ 20 ହଜାର ଟଙ୍କା ଦାନ କରିଛନ୍ତି ।

ସୂଚନାନୁଯାୟୀ, ହାଇଦ୍ରାବଦର ରିଧି ଭଙ୍ଗାପଲ୍ଲୀ ନାମକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ 9.2 ଲକ୍ଷ ଟଙ୍କା ଦାନ କରିଛନ୍ତି । ସେ ଅନଲାଇନରେ care-one ନାମକ ଏକ କ୍ୟାମ୍ପେନ କରି ନିଜ ସାଙ୍ଗସାଥୀ, ବନ୍ଧୁବାନ୍ଧବ ଙ୍କ ଠାରୁ ଗରିବଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ଏହାସହ ନିଜ ପକେଟ ମନି ମିଶାଇ ମୋଟ 9.2 ଲକ୍ଷ ଟଙ୍କା ଦାନ କରିଛନ୍ତି ।

ଏହି ସମ୍ବନ୍ଧରେ ରିଧି କହିଛନ୍ତି ଯେ ଲକଡାଉନ ହେତୁ ଅନକେ ଗରିବଙ୍କୁ ମୁଁ ଦେଖିଛି ଯେଉଁମାନେ ଦି ଓଳି ଦି ମୁଠା ଖାଇବାକୁ ପାଉ ନାହାନ୍ତି । ଆଉ ସେବେଠୁ ମୁଁ ଏହା ସ୍ଥିର କରିଥିଲି ମୋ ପକେଟ ମନିରେ ଲୋକଙ୍କୁ ସାହାଯ୍ୟ କରିବି । ଏହାପରେ ମୁଁ ଏହି ଯୁଦ୍ଧ ଆରମ୍ଭ କରିଥିଲି । ରିଧିଙ୍କ ମାଆ କହିଛନ୍ତି ଯେ, ପ୍ରଥମେ ରିଧି ଏକ ଲିଷ୍ଟ କରିଥିଲେ । ଏହି ହିସାବରେ ଅନଲାଇନରେ ଲୋକଙ୍କଠାରୁ ସାହାଯ୍ୟ ନେଇଥିଲେ । ଏହି ଲଢେଇରେ କେବଳ ତାଙ୍କ ଘର ଲୋକଙ୍କ ଠାରୁ ତାଙ୍କୁ 1.2 ଲକ୍ଷ ଟଙ୍କା ମିଳିଥିଲା । ଏହାପରେ ଅନଲାଇନରେ ତାଙ୍କୁ ଅନ୍ୟ ଲୋକମାନେ ସାହାଯ୍ୟ କରିଥିଲେ । ଏବେ ସୁଦ୍ଧା ତାଙ୍କ ପରିବାର 1000 କିଟ ବଣ୍ଟନ କରିବାକୁ ସମର୍ଥ ହୋଇଛି । ସାଇବରାବାଦ ପୋଲିସ ସାହାଯ୍ୟରେ ସେ ଲୋକଙ୍କୁ ସାହାଯ୍ୟ କରୁଥିବା କହିଛନ୍ତି ରିଧିଙ୍କ ମାଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.