ETV Bharat / bharat

11ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପଜିଟିଭ ଶୂନ - କୋଭିଡ 19 କେସ

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ଅନୁସାରେ ଗୁରୁବାର 11ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ 19 ପଜିଟିଭ ଶୂନ ରହିଛି । ଗତ 24 ଘଣ୍ଟାରେ ଏଠାରେ କୌଣସି ପ୍ରକାର ଆକ୍ରାନ୍ତଙ୍କ ରିପୋର୍ଟ ମିଳିନାହିଁ । ଅଧିକ ପଢନ୍ତୁ...

11ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପଜିଟିଭ ଶୂନ

author img

By

Published : May 8, 2020, 1:03 AM IST

ନୂଆଦିଲ୍ଲୀ: କୋରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ପାଲଟିଛି । ଗୁରୁବାର ଦେଶରେ 53 ହଜାର ଉପରେ ଆକ୍ରାନ୍ତ ପହଞ୍ଚିଛି । ତେବେ କିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ପରିସ୍ଥିତି ସୁଧୁରିବାରେ ଲାଗିଛି ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ଅନୁସାରେ ଗୁରୁବାର 11ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ-19 ପଜିଟିଭ ଶୂନ ରହିଛି । ଗତ 24 ଘଣ୍ଟାରେ ଏଠାରେ କୌଣସି ପ୍ରକାର ଆକ୍ରାନ୍ତଙ୍କ ରିପୋର୍ଟ ମିଳିନାହିଁ । ଏମାନଙ୍କ ମଧ୍ୟରେ ଗୋଆ, କେରଳ ପ୍ରଭୃତି ରାଜ୍ୟ ରହିଛନ୍ତି । କେରଳରେ ଗୁରୁବାର କୌଣସି ରିପୋର୍ଟ ବାହାରିନଥିବା ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ସୂଚନା ଦେଇଥିଲେ । ତେବେ ଓଡିଶା ଏବଂ ଜମ୍ମୁ ଓ କାଶ୍ମୀର ମଧ୍ୟ ଏହି ତାଲିକାରେ ଥିବାବେଳେ ସନ୍ଧ୍ୟାରେ ଉଭୟ ରାଜ୍ୟରେ ଆକ୍ରାନ୍ତ ବାହାରିଛନ୍ତି ।

ଏହାସହ ଗତ 28 ଦିନ ଧରି ଦେଶର 136ଟି ଜିଲ୍ଲାରେ କୌଣସି ପଜିଟିଭ ଚିହ୍ନଟ ହୋଇନାହିଁ । ବୁଧବାର ସକାଳୁ ଏବେ ଯାଏଁ ଦେଶରେ ମୋଟ 1084 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଆଶ୍ବସନା ଦେଇଛନ୍ତି ଯେ ବିଶ୍ବର ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ ସ୍ଥିତି ସ୍ବାଭାବିକ ରହିଛି । ଦେଶର ମୃତ୍ୟୁହାର 3.3 ପ୍ରତିଶତ ଥିବାବେଳେ ସୁସ୍ଥତା ହାର 28.83 ପ୍ରତିଶତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.