ଜୟପୁର: ପିକଅପ ଭ୍ୟାନ ଉପରେ ଚଢିଗଲା ଟ୍ରଲର । ଗତ ଶୁକ୍ରବାର ରାଜସ୍ଥାନର ଜୋଧପୁର ଜିଲ୍ଲାର ଶେରଗଡ ଅଞ୍ଚଳରେ ଏକ ଟ୍ରଲର ଏବଂ ପିକଅପ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣା ସ୍ଥଳରେ 11 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ପିକଅକ ଭ୍ୟାନ ଯାଉଥିବା ବେଳେ ଅପରପାର୍ଶ୍ବରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରଲର ଭ୍ୟାନଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ 11 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତକଙ୍କ ମଧ୍ୟରେ 4 ପୁରୁଷ, 6 ମହିଳା ଏବଂ ଜଣେ ଶିଶୁ ଥିବା ଜଣାପଡିଛି ।
ଏପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ