ମୁମ୍ବାଇ: 800 ଟ୍ରେନରେ ମହାରାଷ୍ଟ୍ର ଫେରିବେ 11 ଲକ୍ଷ ପ୍ରବାସୀ ଶ୍ରମିକ । ଖୁସିବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏନେଇ ସେ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ପୂର୍ବରୁ ପ୍ରବାସୀ ଶ୍ରମିକଙ୍କ ଫେରିବାକୁ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ସ୍ବତନ୍ତ୍ର ଟ୍ରେନ ଦାବି କରି ଆସୁଥିବା କହୁଥିଲେ ଠାକରେ ।
ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବାଦବିବାଦ ଲାଗି ରହିଥିଲା । ‘ଶେଷଥର ପାଇଁ ରେଳମନ୍ତ୍ରୀଙ୍କ ସହ ଟ୍ରେନ ପ୍ରସଙ୍ଗରେ ଆଲୋଚନା ବେଳେ ସେ କ୍ରୋଧ ପ୍ରକାଶ କରିଥିଲେ । ହେଲେ ପ୍ରବାସୀ ଶ୍ରମିକଙ୍କ ପାଇଁ ଆଜି ଟ୍ରେନର ଆୟୋଜନ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିବା’ କହିଛନ୍ତି ଠାକରେ ।