ETV Bharat / bharat

କୋରୋନା ସହାୟତା: ପିଗି ବ୍ୟାଙ୍କ ଭାଙ୍ଗି ଦାନ କଲେ ଦଶମଶ୍ରେଣୀ ଛାତ୍ରୀ - bihar

ସହପାରିଲେନି ଦେଶବାସୀଙ୍କ ଦୁଃଖ । କୋଭିଡ19 ରିଲିଫ ଫଣ୍ଡକୁ ଦାନ କଲେ ଜନ୍ମଦିନ ପାଇଁ ରଖିଥିବା ଟଙ୍କା । ଅଧିକ ପଢନ୍ତୁ...

10th class student donate piggy bank money to covid19 fund
କୋଭିଡ-19 ଫଣ୍ଡକୁ ପିଗି ବ୍ୟାଙ୍କ ଟଙ୍କା ଦାନ କଲେ ଦଶମଶ୍ରେଣୀ ଛାତ୍ରୀ
author img

By

Published : Mar 31, 2020, 9:24 PM IST

ପାଟନା: କୋରୋନା ମୁକାବିଲା ପାଇଁ ସାରା ଦେଶ ପ୍ରୟାସ କରୁଥିବା ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ବଢାଇଛନ୍ତି ସହାୟତାର ହାତ । ବିହାର ଭାଗଲପୁରର ସମ୍ଭବୀ ଶେଖର ନିଜର ପିଗି ବ୍ୟାଙ୍କରେ ସଂଗ୍ରହ କରିଥିବା ଟଙ୍କା କୋଭିଡ-19 ରିଲିଫ ଫଣ୍ଡକୁ ଦାନ କରିଛନ୍ତି ।

ସାରା ବିଶ୍ବର ଚିନ୍ତା ସେ ପ୍ରତିଦିନ ନ୍ୟୁଜରେ ଦେଖିବା ପରେ କିଛି ସହାୟତା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ନିଜେ ରଖିଥିବା ଟଙ୍କା ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ଠାରେ ପ୍ରଦାନ କରିଛନ୍ତି ଏବଂ ସେ ଲୋକଙ୍କୁ ସର୍ବଦା ଗରିବଙ୍କୁ ସାହାଯ୍ୟ କରିବାର ବାର୍ତ୍ତା ମଧ୍ୟ ଦେଇଛନ୍ତି ।

ପ୍ରାୟ ବର୍ଷେ ହେବ ଜନ୍ମଦିନ ପାଳନ ପାଇଁ ଟଙ୍କା ଜମା କରିଥିବା କହିଛନ୍ତି ସମ୍ଭବୀ । କିନ୍ତୁ ଏଭଳି ସ୍ଥିତିରେ ସହାୟତା କରିବା ମୋର କର୍ତ୍ତବ୍ୟ ବୋଲି ସେ କହିଛନ୍ତି। ସ୍ଥାନୀୟ ଲୋକଙ୍କ ସମେତ ପୂର୍ବତନ ଡେପୁଟୀ ମେୟର ଡ.ପ୍ରୀତି ଶେଖର ସମ୍ଭାବୀଙ୍କ ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.