ETV Bharat / bharat

ମ୍ୟାଟ୍ରିକ ପରୀକ୍ଷାଫଳ ମେରିଟ ଲିଷ୍ଟରେ ନାଁ ନଥିବାରୁ ଛାତ୍ରଙ୍କ ଆତ୍ମହତ୍ୟା

author img

By

Published : Jun 17, 2020, 5:20 PM IST

ସୋମବାର ଜମ୍ମୁରେ ମ୍ୟାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । ହେଲେ ଏଥିରେ ଜଣେ ଛାତ୍ରଙ୍କ ମେରିଟ ଲିଷ୍ଟରେ ନାଁ ନଥିବାରୁ ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ମ୍ୟାଟ୍ରିକ ରେଜଲ୍ଟର ମେରିଟ ଲିଷ୍ଟରେ ନାଁ ନଥିବାରୁ ଆତ୍ମହତ୍ୟା କଲେ ଛାତ୍ର

ଶ୍ରୀନଗର: ଜମ୍ମୁ କାଶ୍ମୀର ରାଜ୍ୟ ଶିକ୍ଷା ବୋର୍ଡର ମ୍ୟାଟ୍ରିକ ଫଳାଫଳ ପ୍ରକାଶ ପାଇଛି । ଜମ୍ମୁ ଡିଭିଜନରେ ଛାତ୍ରୀମାନେ ପୁଣି ଥରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି । ଏଥି ସହିତ, ଫଳାଫଳ ଆସିବା ପରେ, ଜଣେ ଛାତ୍ରଙ୍କ ମେରିଟ ଲିଷ୍ଟରେ ନାଁ ନଥିବା କାରଣରୁ ସେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଏହି ଘଟଣା ଘଟିଛି ଜମ୍ମୁର ସୀମାବର୍ତ୍ତୀ ଅଞ୍ଚଳ ରାମଗଢରେ । ଯେଉଁଠାରେ ଏକ ଘରୋଇ ବିଦ୍ୟାଳୟରେ ପଢୁଥିବା ଛାତ୍ର ଅମନଦିପ ବର୍ଷସାରା ଭଲ ରେଜଲ୍ଟ ପାଇଁ କଠିନ ପରିଶ୍ରମ କରିଥିଲେ ଏବଂ ସେଥିପାଇଁ ସେ ନିଶ୍ଚିତ ଥିଲେ ଯେ ତାଙ୍କ ନାଁ ମେରିଟ ଲିଷ୍ଟରେ ସ୍ଥାନ ପାଇବ । ହେଲେ ନିଜର ନାଁ ମେରିଟ ଲିଷ୍ଟରେ ନଦେଖି ଭାଙ୍ଗି ପଡିଥିଲେ ।

ସେ ଗାଁ ବାହାରେ ଥିବା କ୍ଷେତକୁ ଯାଇ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଯେତେବେଳେ ଗ୍ରାମବାସୀ ଅମାନଦୀପ ଗଛରେ ଝୁଲୁଥିବାର ଦେଖିଲେ, ସେ ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଜଣାଇଲେ। ପୋଲିସ ଏ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଅମନଦୀପଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.