ETV Bharat / bharat

କେରଳରେ 26ରୁ ଆରମ୍ଭ ହେବ ଦଶମ ଓ ଦ୍ବାଦ୍ଦଶ ପରୀକ୍ଷା: ସିଏମ - exam

କେରଳରେ ପରୀକ୍ଷା ସମୟରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ମାସ୍କ ଦିଆଯିବ ଏବଂ ସମସ୍ତ ଶିକ୍ଷକଙ୍କୁ ମାସ୍କ ଏବଂ ଗ୍ଲୋଭସ ପିନ୍ଧିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ....

କେରଳରେ 26ରେ ଆରମ୍ଭ ହେବ ଦଶମ ଓ ଦ୍ବାଦ୍ଦଶ ପରୀକ୍ଷା: ସିଏମ

author img

By

Published : May 23, 2020, 3:47 PM IST

ଥିରୁଅନନ୍ତପୁରମ: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ, କୋଭିଡ-19 ଯୋଗୁଁ ରାଜ୍ୟରେ ସ୍ଥଗିତ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆସନ୍ତା 26 ତାରିଖରୁ ଅନୁଷ୍ଠିତ ହେବ। ଅନ୍ୟ ରାଜ୍ୟରୁ କେରଳରେ ପହଞ୍ଚୁଥିବା ଛାତ୍ରଛାତ୍ରୀମାନଙ୍କୁ 14 ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ଏବଂ ସେମାନଙ୍କ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଉଛି ଯାହା ଦ୍ବାରା ସେମାନେ ପରୀକ୍ଷା ଦେଇପାରିବେ।

ନିଷିଦ୍ଧ ଅଞ୍ଚଳରୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଅଲଗା ବସିବାର ବ୍ୟବସ୍ଥା କରାଯିବ ବୋଲି ସିଏମ ବିଜୟ କହିଛନ୍ତି । ସେହିପରି ସେହି ପରୀକ୍ଷାର୍ଥୀଙ୍କ ପାଇଁ ମଧ୍ୟ ସମାନ ବ୍ୟବସ୍ଥା କରାଯିବ, ଯାହାର ପରିବାର ସଦସ୍ୟଙ୍କୁ ଆଇସୋଲେସନରେ ରଖାଯାଇଛି ।

ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ମାସ୍କ ଦିଆଯିବ ଏବଂ ସମସ୍ତ ଶିକ୍ଷକଙ୍କୁ ମାସ୍କ ଏବଂ ଗ୍ଲୋଭସ ପିନ୍ଧିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉତ୍ତର ପୁସ୍ତକ ପରୀକ୍ଷା କେନ୍ଦ୍ରରେ ସାତ ଦିନ ରଖାଯିବ ଏବଂ ଅଗ୍ନିଶମ କର୍ମଚାରୀମାନେ ପରୀକ୍ଷା ପରେ ବିଦ୍ୟାଳୟଗୁଡ଼ିକୁ ସଂକ୍ରମଣ ମୁକ୍ତ କରିବେ ବୋଲି ସିଏମ କହିଛନ୍ତି ।

ତେବେ ଗତ କିଛି ଦିନ ହେବ କେରଳରେ କୋରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 732 ସଂକ୍ରମଣ ମାମଲା ହୋଇଥିବାବେଳେ 4 ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ 512 ଜଣ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି ।

ଏହାପୂର୍ବରୁ, ସିବିଏସ୍ଇ ମଧ୍ୟ ଦଶମ ଏବଂ ଦ୍ୱାଦଶର ବୋର୍ଡ ପରୀକ୍ଷାକୁ ପୁନଃ ଆୟୋଜିତ କରିବାକୁ ଘୋଷଣା କରିଥିଲା। ଉଭୟ ଶ୍ରେଣୀର ଅବଶିଷ୍ଟ ବିଷୟଗୁଡ଼ିକ ଜୁଲାଇ 1ରୁ ଜୁଲାଇ 15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ଏହି ପରୀକ୍ଷା ବାହ୍ୟ କେନ୍ଦ୍ର ଅପେକ୍ଷା ଛାତ୍ରଛାତ୍ରୀଙ୍କ ନିଜ ବିଦ୍ୟାଳୟରେ ଅନୁଷ୍ଠିତ ହେବ ଏବଂ ଜୁଲାଇ ଶେଷ ସୁଦ୍ଧା ପରୀକ୍ଷା ଫଳାଫଳ ଘୋଷଣା କରାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.