ETV Bharat / bharat

ଦେଶରେ 24 ଘଣ୍ଟାରେ 380 ମୃତ, ସଂକ୍ରମଣରେ 4ର୍ଥରେ ଭାରତ

author img

By

Published : Jun 16, 2020, 10:29 AM IST

ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ, ଅକ୍ତିଆର ଭିତରେ ରହିଛି ମୃତ୍ୟୁ ସଂଖ୍ୟା । ସଂକ୍ରମଣ ହେତୁ ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ 9ମ ସ୍ଥାନରେ ଭାରତ । ଅଧିକ ପଢନ୍ତୁ...

ଦେଶରେ 24 ଘଣ୍ଟାରେ 380 ମୃତ, ସଂକ୍ରମଣରେ 4ର୍ଥରେ ଭାରତ
ଦେଶରେ 24 ଘଣ୍ଟାରେ 380 ମୃତ, ସଂକ୍ରମଣରେ 4ର୍ଥରେ ଭାରତ

ହାଇଦ୍ରାବାଦ: ଭାରତରେ କୋରୋନା ମହାମାରୀ ଦିନକୁ ଦିନ ରେକର୍ଡ କରିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 10 ହଜାର 667 ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏଥି ସହିତ 380 ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଦେଶରେ ମୃତ୍ୟୁ ସଂଖ୍ୟା 9 ହଜାର 900ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ 3 ଲକ୍ଷ 43 ହଜାର 91ଟି ସଂକ୍ରମିତ ମାମଲା ରିପୋର୍ଟ ହୋଇଛି । ଏହା ସହ 1 ଲକ୍ଷ 80 ହଜାର 13 ଜଣ ମଧ୍ୟ ସୁସ୍ଥ ହୋଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ଦେଶରେ ସୁସ୍ଥ ହାର 51.08 ପ୍ରତିଶତକୁ ବୃଦ୍ଧି ପାଇଛି, ଅର୍ଥାତ ସଂକ୍ରମଣ ସଂଖ୍ୟାର ଅଧାରୁ ଅଧିକ ସୁସ୍ଥ ହୋଇଛନ୍ତି । ଅନ୍ୟାନ୍ୟ ରାଜ୍ୟ ମଧ୍ୟ ନମୁନାଗୁଡିକର ପରୀକ୍ଷା କରିବା ଏବଂ କୋଭିଡ-19 ସଂକ୍ରମିତଙ୍କ ପାଇଁ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।

ଆମେରିକା, ବ୍ରାଜିଲ ଏବଂ ଋଷ ପରେ କୋରୋନା ସଂକ୍ରମଣରେ ଅଧିକ ପ୍ରଭାବିତ ଦେଶ ତାଲିକାରେ ଭାରତ 4ର୍ଥ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ସଂକ୍ରମଣ ହେତୁ ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଭାରତ 9ମ ଦେଶ ହୋଇଥିବାବେଳେ ଆକ୍ରାନ୍ତଙ୍କ ସୁସ୍ଥ ହେବା କ୍ଷେତ୍ରରେ ଭାରତ 6 ସ୍ଥାନରେ ରହିଛି ।

ଡିସେମ୍ବରରେ ଚୀନରୁ ଉତ୍ପନ ହୋଇଥିବା କୋରୋନା ଦ୍ବାରା ବର୍ତ୍ତମାନ ସୁଦ୍ଧା ପ୍ରାୟ 80 ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । 4.34 ଲକ୍ଷ ଏହି ମାରାତ୍ମକ ଭାଇରସ ଦ୍ୱାରା ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 38 ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.