ETV Bharat / bharat

କୋରୋନାକୁ ମାତ ଦେଲେ 106 ବର୍ଷୀୟା ବୃଦ୍ଧା - ମହାରାଷ୍ଟ୍ରର ଥାନେ ଜିଲ୍ଲାର

କୋରୋନାକୁ ହରାଇଲେ 106 ବର୍ଷୀୟା ବୃଦ୍ଧା । ଏହି ବୃଦ୍ଧା ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ରର ଥାନେ ଜିଲ୍ଲାର ବାସିନ୍ଦା । ତେବେ ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକୁର ଟ୍ବିଟ କରି କେଡିଏମସି କର୍ମଚାରୀ ତଥା ଶିବସେନାଙ୍କ କଲ୍ୟାଣ ସାଂସଦ ଶ୍ରୀକାନ୍ତ ସିନ୍ଧେଙ୍କୁ ବୃଦ୍ଧ ମହିଳାଙ୍କ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେଇଥିବାରୁ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଅଦିକ ପଢନ୍ତୁ...

106-year-old woman defeats COVID-19 in Maharashtra
କୋରୋନାକୁ ମାତ ଦେଲେ 106 ବର୍ଷୀୟା ବୃଦ୍ଧା
author img

By

Published : Sep 21, 2020, 9:28 AM IST

ମୁମ୍ବାଇ: କୋରୋନାକୁ ହରାଇଲେ 106 ବର୍ଷୀୟା ବୃଦ୍ଧା । ଏହି ବୃଦ୍ଧା ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ରର ଥାନେ ଜିଲ୍ଲାର ବାସିନ୍ଦା । ହୁ ହୁ ହୋଇ ମାଡ଼ି ଚାଲିଥିବା ମହାମାରୀ କୋରୋନା ଭୂତାଣୁ ପ୍ରକୋପରେ ସାରା ବିଶ୍ଵ। ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ଏହିକି ଯେ, ସାରା ଦେଶରେ ଏଯାଏଁ 86 ହଜାର 752 ଲୋକଙ୍କ ଜୀବନ ନେଲାଣି ଏହି ମହାମାରୀ କୋରୋନା। ସେହିପରି ଏହି ମହାମାରୀ କବଳରୁ ସୁସ୍ଥ ହେଲେଣି 94 ହଜାର 612ରୁ ଅଧିକ ଲୋକ।

ତେବେ ବୃଦ୍ଧମାନଙ୍କ ପ୍ରତି ସବୁଠାରୁ ଅଧିକ ବିପଦ ଥିବା ଏହି ମହାମାରୀକୁ ପରାସ୍ତ କରିଛନ୍ତି ଜଣେ 106 ବର୍ଷୀୟା ବୃଦ୍ଧା। ଡାକ୍ତରଖାନାରେ 10 ଦିନ ରହିବା ପରେ ଡିସଚାର୍ଜ ଦିନ ଡାକ୍ତର ଏବଂ ନର୍ସମାନେ ତାଙ୍କୁ ବିଦାୟ ଜଣାଇଥିଲେ। ତାଙ୍କ ବୋହୂଙ୍କ କହିବାନୁସାରେ, କେଡିଏମସି ସ୍ଥାପିତ COVID-19 ହସ୍ପିଟାଲର ଡାକ୍ତର ଏବଂ ଡାକ୍ତରୀ ଦଳମାନେ ତାଙ୍କର ବହୁତ ଯତ୍ନ ନେଇଥିଲେ।

ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକୁର ଟ୍ବିଟ କରି କେଡିଏମସି କର୍ମଚାରୀ ତଥା ଶିବସେନାଙ୍କ କଲ୍ୟାଣ ସାଂସଦ ଶ୍ରୀକାନ୍ତ ସିନ୍ଧେଙ୍କୁ ବୃଦ୍ଧ ମହିଳାଙ୍କ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେଇଥିବାରୁ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଏହା ସହ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ବର୍ତ୍ତମାନ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କୁ କେଇଏମ୍ ଏବଂ ନାୟାର ଭଳି ସିଭିଲ ହସ୍ପିଟାଲର ପ୍ଲାଜମା ବ୍ୟାଙ୍କରୁ ପ୍ଲାଜମା ଯୋଗାଇବା ଉପରେ ପ୍ରତିବନ୍ଧକ ହଟାଇ ଦେଇଛି। ପୂର୍ବରୁ କେବଳ ଏହି ସିଭିଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନେ ଏହି ସୁବିଧା ପାଉଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.